ଚଉପଦୀ ଧର୍ମୀୟ-103
ଚଉପଦୀ ଧର୍ମୀୟ-103
ଚଉପଦୀ
ଭାଗ (103)
ଖମାଚ - ଏକ ତାଳି
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
ଜାଣିଲି ଠିକ ପିକ ବାଣୀ ରେ ! ତୋ ବିବେକଠାଣି
ଏ ଚାହାଣୀକୁ ଆଜ ରେ (ଘୋଷା)
ଦେଖି ଭଲେ ଏ ନେତ୍ର ହୋଇଯାଉ ପବିତ୍ର
ଅବା ନବୀନା ବିନା ଲାଜରେ (1)
ଧନ ରେ ! ଧନ୍ୟ ଧନ୍ୟ ତୋ ଶ୍ରୀମୁଖ - ଲାବଣ୍ୟ
ନାହିଁ ଶାରଦ ଦ୍ୱିଜରାଜରେ (2)
ମୋତେ ଅବଲୋକନ ଦେବାକୁ ଏ ବିଧାନ
ନିକୁଞ୍ଜ ଆଗମନ ବ୍ୟାଜରେ (3)
ଭେଟ ତ ମୁଁ ହେଲିଣି ଆଉ ଦୂତୀଙ୍କି ଘେନି
କି ଫଳ ଆପେ ତୁ ନିଆଜ ରେ (4)
ମୁଁ କରିବା ସେବାରେ ସମ୍ମତି କରିବାରେ
ମାର ବାରଣ ବେଶ ସାଜ ରେ (5)
ଏ ଅଷ୍ଟଦୁର୍ଗନାଥ ସୂଚିତ୍ତ ମନୋରଥ
ଭରି ଦୁଷ୍ଟ ଦଶାକୁ ମାଳ ରେ (6)
କବିସୂର୍ଯ୍ୟ ବଳଦେବ ରଥ
