STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-102

ଚଉପଦୀ ଧର୍ମୀୟ-102

1 min
334

ଚଉପଦୀ

ଭାଗ (102)

କୋଳାହଳ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଜାଣି ନାହିଁ କି ମୁଁ ଶ୍ୟାମ - ସ୍ନେହ ଗୋ (ଘୋଷା)

ଆଉ କି ଜଣାଥିଲେ କହ ଶୁଣିବି ଭଲେ

ତା’ ଚରିତ ମୋ ଆଗେ ନ କହ ଗୋ (1)

ଏଥର ମିଶି ସହି ! ନ’ ଥର ସହି ସହି

ପଥର କରିଛି ଏ ଦେହ ଗୋ (2)

ମୃଦୁ ଗିରେ ମଣାଇଁ ବଳିଆଇ ଜଣାଇଁ

କ୍ରୋଧାନଳେ ମୋ ହୃଦ ନ ଦହ ଗୋ (3)

ରଚୁଥିଲେ ତା’ ପ୍ରୀତି ସେ ସୁଖ, ସେ ବିପତ୍ତି

ତୁହି ଭୋଗ କର, ତୁହି ସହ ଗୋ (4)

କେତେ ଯତନ କରି କଦନ - ନଦୀ ଚରି

ଅଛି ମୁଁ ବରଜି ମହାମୋହ ଗୋ (5)

ଅଛି କି ତାହା ଦତ୍ତ ନଖକ୍ଷତ ରହିତ

ଏ ନଗରେ ନାଗରୀ ନିବହ ଗୋ (6)

କଳା କିଶୋର ପ୍ରେମ ହିମାନିଠାରୁ ହିମ

ପ୍ରଳୟାନଳରୁ ଡହ ଡହ ଗୋ (7)

ଅଷ୍ଟଦୁର୍ଗେଶ ଭାଷେ ଶୁଣି ଲଳିତା ହସେ

କହିଲେ ମୋ ସଖୀ ଦୁଃଖୀ ନୁହ ଗୋ (8)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics