ଚଉପଦୀ - ବାଜିବ ଭୂଷାପଦ
ଚଉପଦୀ - ବାଜିବ ଭୂଷାପଦ
କବି ଜୟଦେବ
ରାଗ ଆନନ୍ଦଭୈରବୀ ତ ଏକ ତାଳି
ବାଜିବ ଭୂଷାପଦ ରାଜୀବ ଯୁଗଳରେ
ଆଜ ବରଜରାଜ ବରନାରେ । ଘୋଷା ।
ନିକୁଞ୍ଜକୁ ସଜନୀ ଚାଲ ମୋ କଥା ମାନି
ମୁଁ ତୋର ସଙ୍ଗେ ଅଛି ଡରନାରେ । ୧ ।
ଛଣା ବିଧୂବଦନା ଜଣା ନ ଗଲା ସିନା
ଜଣାଇ ଦେବି ରାମା ଘେନନାରେ । ୨ ।
କହଇ ଜୟଦେବ ନିନ୍ଦା ସଫଳ ହେବ
ଆଉ ମୋ ନାମେ ବଂଶୀ ବଜାନାରେ । ୩ ।