Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଅବନୀ ଭୂଷା

ଚଉପଦୀ - ଅବନୀ ଭୂଷା

1 min
6.9K


କବି -ବଳଦେବ ରଥ

ରାଗ -ଭୈରବୀ ତାଳ- ଆଦିତାଳ


ଅବନୀ ଭୂଷା

ଅତନୁ ବାଣେ ନ ଭୁସା ରେ । ଘୋଷା ।

ଅନା ଏ ଶରଦ ଋତୁ

ଅତିଶୟ ସୁଖ ହେତୁ

ଅସାର ହେଉଛି ନିଶା ରେ । ୧ ।

ଅମ୍ବରେ ଚନ୍ଦ୍ରମଣ୍ଡଳ

ଅଧିକ ଦିଶେ ବିମଳ

ଅଗାରେ ଖେଳିବା ପଶା ରେ । ୨ ।

ଅଭିନବ ଯଉବନ

ଅବସରେ କର ଦାନ

ଅବଶ୍ୟ ହେବ ପ୍ରଶଂସା ରେ । ୩ ।

ଅଷ୍ଟଦୁର୍ଗ ନୃପ ଭାଷି

ଅନେକ କାଶ ବିକାଶି

ଅଧୀର କଲେ ମୋ ନିଶା ରେ । ୪ ।


Rate this content
Log in

Similar oriya poem from Classics