ଚଉପଦୀ - ଆଉ କାହା କର ଧରିବି
ଚଉପଦୀ - ଆଉ କାହା କର ଧରିବି
କବି - ଉପେନ୍ଦ୍ର ଭଞ୍ଜ
ରାଗ -ଜୟଜୟନ୍ତୀ, ତାଳ- ଯତି
ଆଉ କାହା କର ଧରିବି । ସଜନି ଗୋ ।
ଛାଡ଼ିଗଲେ ଗୁଣମଣି ଝୁରି ଝୁରି ମରିବି । ଘୋଷା ।
ତୁ ମୋହର ମୁଁ ତୋର
ନ କରିବୁ ଅନ୍ତର ।
ମାରୁଅଛି ପଞ୍ଚଶର
ଦହୁଅଛି ଶରୀର । ୧ ।
ସୁନ୍ଦର ତୋ ଲଲାଟ
ପଡ଼ୁଅଛି ଆଲଟ ।
ଗଜଦନ୍ତ ପଲ୍ୟଙ୍କରେ
ଆଉ ନାହିଁ ତୋ ଭେଟ । ୨ ।
କୋକିଳ ପରି ବାଣୀ
କହୁ ଚତୁରୀମଣି ।
ଭ୍ରୂଲତା ଶୋଭା ତୋହର
ଇନ୍ଦ୍ରଧନୁକୁ ଜିଣି । ୩ ।
କି ସୁନ୍ଦର ଧନକୁ
ଚାହିଁ ତୋ ବଦନକୁ ।
ଯେତେ ଯେତେ ଦୋଷ କଲି
ନ ଘେନିବୁ ମନକୁ । ୪ ।
ରସବତୀ ରସିବ
କାନ୍ତ କୋଳେ ବସିବ ।
ଭଣେ ଉପଇନ୍ଦ୍ର ଭଞ୍ଜ
ଚାରି ଚକ୍ଷୁ ମିଶିବ । ୫ ।
