Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଆଜ ଏ କି ଗୁମାନରେ

ଚଉପଦୀ - ଆଜ ଏ କି ଗୁମାନରେ

1 min
6.6K


କବି - ବଳଦେବ ରଥ

ରାଗ -ମାରୁଆ ତାଳ- ଆଠତାଳି


ଆଜ ଏ କି ଗୁମାନରେ (ଚନ୍ଦ୍ରାନନା)

ଦେଖି ନାହିଁ ସ୍ୱପନରେ । ପଦ ।

ସୁନ୍ଦର ରଦବାସ, ମନ୍ଦାର ଦଳେ ହାସ-

କୁନ୍ଦକୁ ପରକାଶ, କୁନ୍ଦନାଙ୍ଗୀ ମୋ ଧନି!

(ପଡ଼ି) ତୁ ସିନା ମୋର ପ୍ରାଣ, ରମଣୀଗଣ ରାଣ

ରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣ

ଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣ

ବାଣଗଣରେ ନିଶ୍ଚେ ନେବଟି ଏ ପରାଣ । ୧ ।

ଚାରୁ ଚମ୍ପକ ଦେହା ରେ, ଚନ୍ଦ୍ରାନନା

କାହୁଁ ଶିଖିଲୁ ଏହାରେ

ଅଶ୍ରୁ ପ୍ରସରିବାର, ମହୀକି ଚିରିବାର

ଆଜନ୍ମ ପରିଚାର, ସଂସାର ସାରିବାର । ୨ ।

ମର୍ମ ଗଲାଟି ଫାଟିରେ, ଚନ୍ଦ୍ରାନନା

ମାର ମାର୍ଗଣ ଧାଟିରେ

ବନ୍ଧୁଆ, ସରିଲିଟି, ତୋ କୀର୍ତ୍ତି ପରିପାଟୀ

ରୋପିବାର ଲତାଟି ମୂଳୁ ନ ପକା କାଟି । ୩ ।

ଦୋଷ ଦେଖି ତୁ ଦଣ୍ଡରେ, ଚନ୍ଦ୍ରାନନା

ମଣ୍ଡନା କରି ଗଣ୍ଡରେ

ବାହୁ ପାଶେ ନିତାନ୍ତେ, ବାନ୍ଧିବା ବସନାନ୍ତେ

ଓଷ୍ଠ ବିଦାରି ଦନ୍ତେ, ଭୁଷ କରଜ-କୁନ୍ତେ । ୪ ।

ଆରମ୍ଭିଲେ ତୁ ରୁଷାରେ, ଚନ୍ଦ୍ରାନନା

ଭରସା କେ ମୋ ରସାରେ

ତେଜିଲେ ତୁ ମୋ କୋଳ, କେତେ ମୋ ଧୃତି ବଳ

ସହେ ବି କରବାଳ, କେଳି-କମଳ ଦଳ । ୫ ।

ଶ୍ୟାମ ବିନୟ ଭାଷାରେ, ଚନ୍ଦ୍ରାନନା

ମନ୍ଦ ମଧୁର ହସାରେ

ଭାଷିଲେ ପ୍ରିୟବାଣୀ, ରସେ ସେ ସୁଲକ୍ଷଣୀ,

ରସିଲେ ମନ ଜାଣି, ଶ୍ରୀ ଛୋଟରାୟ ଭଣି । ୬ ।


Rate this content
Log in

Similar oriya poem from Classics