STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (୯୩)

ଚଉପଦୀ (୯୩)

1 min
96

ଚଉପଦୀ

(୯୩)


ରାଗ ଝୁଲା

ପର ପ୍ରେମ ପୋଡୁ ଗୋ, କାହିଁକି ତା ଲୋଡୁ ଗୋ

ମାଗୁଛି ଏତେ ତା ମୋ ଶ୍ରବଣେ ନପଡୁ ଗୋ (0)

ପ୍ରଳୟ ବହ୍ନିରୁ ବଳେ ମଳୟଜ ମରୁତ

ନିକର ବଇରୀ ଯୁବ ପିକରବ ବିରୁତ (1)

ବିଧିର ହୁଅଇ ତନୁ ବିଧୁର କରତେଜେ

ନିମି ନିଦ ନ ଲାଗଇ ବିସିନୀଦଳ ଶେଯେ (2)

ଦଶନେ କରାଅ ତୃଣ ଅସନେ ତ ଅରୁଚି

ରୂପକାନ୍ତି ହରେ ଅହି ଉପକାର କରୁଚି (3)

ଭ୍ରମର ଖର୍ଜନ ମିଶେ ଯମର ତର୍ଜନରେ

ରଜନୀ ଦୁଃଖି ତ ଥିବ ସଜନୀ ତୋ ମନରେ (4)

ସରି ଏକା କରି କୁମ୍ଭ ପରି ଧରି ଥିବାର

କେ ସହିବ ଏ ସମୟେ ବେଶ ବିସି ହେବାର (5)

ଆଜି କହେ ହେବ ଏହି ପାଳିକ ତୁ ସହିଲେ

ଅଷ୍ଟଦୁର୍ଗ ମଣ୍ଡଳୀ ଖଣ୍ଡଳ ରସେ କହିଲେ (6)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics