ଚଉପଦୀ (88)
ଚଉପଦୀ (88)
ଚଉପଦୀ
(88)
ନିମଜ୍ଜା ମନକୁ ରସେ, ପରିଜନ - ମଜା ସମଜ୍ଜା (0)
ଫୁଲିଚି ଗୁରୁ ଗରବେ ନିରତେ ମଦନ ରଜା,
ନିଧୂବନ- ଆହବରେ ନୂତନ ଛଇଲା! ଭରଜା (1)
ଥାଏ ତ ତହିଁ ମରଜି ତୋହରି ଓହରି ନ ଯା,
ହଟି ନଯାଉ ବିଳାସ- ଡିଣ୍ଡିମ - ନିକୁରମ୍ବ ବଜା (2)
କରୁଣା ଜଳଧି, ମଥା ପୋତି ତୁ ଧୃତି ନ ହଜା,
ପରମ ତପୋବଳେ ତ ତୋର ବଶକଲେ ଗିରିଜା (3)
କହୁଚି ତୋ ମନ -କଥା ତନୁରେ ପୁଲକ ଗଜା,
ଜଳନ୍ତର - ଭୂମି ସୁରାଧୀଶୁଁ ଧନ! ବରଜ ଲଜା (4)
କବିସୂର୍ଯ୍ୟ ବଳଦେବ ରଥ
