Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (84)

ଚଉପଦୀ (84)

1 min
218


ଚଉପଦୀ

(84)


ନାହିଁ କରୁ କାହିଁକି ? ରେ ଗଳା ମଣି ମାଳି !(0)

ନ ଯିବି କେବେ ବିଦେଶ, ତୁ ଦେଉଥିବା ନିର୍ଦ୍ଦେଶ

       ଶିରେ ବହିଥିବି ପରିପାଳି (1)

ପରଜନଠାରେ ପରି ପରିଜନରେ କିଶୋରୀ !

ବସିଛୁ ମାନସେ କିସ ଭାଳି  ? (2)

ତୋ ଚରଣ-କଞ୍ଜତଳ ସ୍ଥଳେ ମୋ’ ନିଆଳୀ ଚୂଳ

କରୁଥିବି ନିତି ନିଉଁଛାଳି (3)

ମୋ’ କୋଳେ ରଚି ବିହାର ଅରାତିମାନଙ୍କୁ ମୋ’ର

ମରାଇବାକୁ ମୋ କରେ ‘ତାଳି’ (4)

ଆରେ କାମ କଳାନିଧି ! ହେଲି ଯେବେ ଅପରାଧୀ,

ଦେଉଥିବୁ ପଛେ ପଦେ ‘ଗାଳି’ (5)

ଆରୋହି ଅଙ୍କ-ତଳପ ପୂରାଅ ମୋ’ ସଙ୍କଳପ

ଦେବାକୁ ‘ମଦନ’- ମୁଖେ ‘କାଳି’ (6)

ପୀଡିବି ନାହିଁ ଦନ୍ତରେ, ଲାଲ ଦନ୍ତବାସେ ଥରେ

ରସନାକୁ ସିନା ଦେବି ଚାଳି (7)

‘ଅଷ୍ଟଦୁର୍ଗ-ରୂପ’ ଭଣେ ଉଚ୍ଚ ‘କୁଚ-କୁମ୍ଭ’ କ୍ଷଣେ

ଦେବାକୁ ମୋ ଉର ସ୍ଥଳେ ଝାଳି (8)

               କବିସୂର୍ଯ୍ୟ ବଳଦେବ ରଥ


Rate this content
Log in