STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (81)

ଚଉପଦୀ (81)

1 min
333

ଚଉପଦୀ

                     (81)

ନବ ଛଇଳୀ, ଯାଉଛି ବିଦେଶ ମୁଁ କାଲି (ଘୋଷା)


ତୋ ପାଶୁଁ ମୁଁ ଅନ୍ତର ହେବି, ବୋଲି ଚିତ୍ତରେ ନଥିଲା ପ୍ରାଣବାନ୍ଧବୀ .

ବିଧାନ କଥା, କେ କରି ପାରେ ଅନ୍ୟଥା

                       ଥିବି ମାତ୍ର ତୋର ଦିବ୍ୟ ଚିତ୍ତେ ଅନବରତେ (1)

ଯେତେ ଦୂରେ ଥିଲେ ମୁଁ ତୋର, କିଣା ଚାକର ମନେ ତୁ ନକରିବୁ ପର

କରକରଦନା କର ଧରି ମାଗୁଛି ନିକର

                       ହସି ତୁ ମତେ କହି ଗିର ମେଲାଣି କର (2)

ଏ ବଡ ଚିନ୍ତା ହୁଏ ଏକା, ମୋର ବିହିନେ କିପରି ବଞ୍ଚିବୁ ରସିକା

ଥିବୁ ସର୍ବଶୁଭେ ତୁହି, ଲେଉଟି ଭେଟିବୁ ମୁହିଁ

                      ଇଶ୍ୱର କରିବେ କି ସତେ ନାହିଁ ପରତେ (3)

ନୃପକୁଳ ଶେଖର ଚନ୍ଦ୍ର, କିଶୋରଚନ୍ଦ୍ର ଛୋଟରାୟ ବଚନେ ଚନ୍ଦ୍ର

ବଦନ ବିରସ ଜାଣି ଧରି ପ୍ରିୟା ବେନି ପାଣି

                       ବୋଲି କିରେ ପ୍ରାଣ ବାନ୍ଧବୀ ନିଶ୍ଚେ ଆସିବି (4)

               କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics