STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (80)

ଚଉପଦୀ (80)

1 min
326

ଚଉପଦୀ

(80)

ରାଗ କାମୋଦୀ  ଆଠତାଳି

ନକରିବୁ ଉଣା ପ୍ରୀତି ଚାଲିରେ

ତୋତେ ସିନା ଜଣା ପ୍ରୀତିଚାଲି ରେ (ପଦ)

ହିମବାଲୁକା ଥାଉ ଥାଉ ,ଛୁଇଁନ ଯାଉ ଲୋଡୁ ମୋର କଠାଉ

ତଳ ଝଡା ବାଲିରେ (1)

ହୁଡ ରଖି ନିରତେ ଜଣାଇବାକୁ ମୋତେ

ପଟବାହୁ ସେ ଚିତ୍ତେ ଚଦରଙ୍ଗ ପାଲିରେ (2)

ଆରମ୍ଭ ପରିରମ୍ଭ, ସ୍ତନ କନକ କୁମ୍ଭ

ହାରାବଳୀ ନ ରଖି କରିଥାଉ ଖାଲିରେ (3)

ନ ଦେଉ କେଉଁ ତୋଷ, ହୋଇ ସମନ୍ଦ ହାସ

ଚାହୁଁ ଯା ଅତଳସ ଜବନିକା ଜାଲି ରେ(4)

ଶ୍ରୀ ଜଗଦ୍ଦେବ ଭାଷେ ଆଜି ଯାଉ ଏ ରସେ

ଧନ ରେ ମୁଁ ତୋ ବଶେ ଆସିବିଟି କାଲି ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics