STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (77)

ଚଉପଦୀ (77)

1 min
310

ଚଉପଦୀ

(77)

ରାଗ  କାମୋଦୀ

ଧନ ଘନ ରସ ବରଷିଲା ରେ, ଚଞ୍ଚଳା ଜ୍ୟୋତି ପ୍ରକାଶି,

ତୁରିତେ ଉତ୍କଣ୍ଠ ସରିତ ବଢିଲା, ଦମ୍ଭ ଦ୍ରୁମ ଗଲା ଭାସି(ପଦ)

ପୁଲକ କଦମ୍ବ ପ୍ରଫୁଲ୍ଲ ହୋଇଲା, ନାଚିଲା ବେଣୀ ମୟୂରୀ,

ଛିଡି ମୋତିମାଳ ଦିଶେ କି ଚଞ୍ଚଳ କି ସେ ବକପନ୍ତି ପରି(1)

ଖରଶ୍ୱାସ ଝଞ୍ଜା ପବନ ପ୍ରସରି ଜନ୍ମାଏ ବଚନେ ମଲି,

ଅଙ୍ଗ ଆମୋଦ ମାଳତୀ ବିକାଶଇ କି ପ୍ରସନ୍ନ ରସବଲ୍ଲୀ (2)

ନଖ କ୍ଷତ ରକ୍ତ ଇନ୍ଦ୍ରଗୋପ ବ୍ୟକ୍ତ ଦିଶିଲା ଅତ୍ୟନ୍ତ ତ୍ୱରା

ସ୍ୱେଦବିନ୍ଦୁ ଛଳେ କରଜା ବୃଷ୍ଟି ଜଳଧାରା ପରା (3)

କଟିଘଣ୍ଟି ଭେଜ ପ୍ରକଟି ରଟିଲେ ଚଳେ ପୀନ ପୟୋଧର,

ଭୂଷଣ ରତନ କିରଣେ କି ଜ୍ୟୋତିରିଙ୍ଗଣଗଣ ପ୍ରଚାର (4)

ହୀରଙ୍କକରଙ୍କ ଚାଟଙ୍କ ଅଟକ ନ ରହି କର୍ଣ୍ଣରୁ ଗଳି,

ଅବନୀରେ ପଡି ଶିଳୀନ୍ଧ୍ର କୁସୁମ ଫୁଟିଲା ପରାୟେ ଝଳି(5)

ନୀଳ ପୀତ ରକ୍ତ ମିଶ୍ରିତ କୁସୁମ ପ୍ରାୟ ନିଶ୍ଚେଁଇନ୍ଦ୍ରଧନୁ,

ବୋଲେ କବିସୂର୍ଯ୍ୟ ଅନଙ୍ଗ ଅନଳ ଲିଭାଇଲା ହୃଦବନୁ(6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics