STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (66)

ଚଉପଦୀ (66)

1 min
250



ଚଉପଦୀ

(66)

ରାଗ ବଙ୍ଗଳାଶ୍ରୀ

ଟମକି ବାଜଇ ଜଗତୀଯାକେ ତୁ ନଜାଣଉବୋଲି କପଟ,

ଟଭା ପୀନସ୍ତନା ସେ ଗୁଣକୁ ମନା କରିଦେଲୁ କି ନିପଟ (1)

ଟଳିଗଲା ଅନୁଗାର ଯେ ତୋ ମନୁ କି ଦୋଷୁ କରୁ ପ୍ରକଟ

ଟପ ଟପ ନୀର ବରଷୁ ଅଛି ଯେ ତୋ ନୟନ ଖଞ୍ଜରୀଟ (2)

ଟକ କରି ତୋର ରୁଷା ଅଜଗର ଗଳିଲା ସୁଖସମ୍ପୁଟ,

ଟାଣି ପଛେ ପଦେ ବୋଲନ୍ତୁ କାହିଁକି ମନଜଳୁ ସ୍ନେହ ତୁଟ (3)

ଟସର ମିଶାଇ ଦେଲେନି କି ଆଉ ପସନ୍ଦ ଦିଶଇ ପାଟ

ଟଣକ ପଣକତୁରୀ ଦେଲୁ କହେ ଅଷ୍ଟଦୁର୍ଗ ଧରାରାଟ (4)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics