STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (64)

ଚଉପଦୀ (64)

1 min
204


ବେହାଗଜା  ଆଦିତାଳ

ଝଳିବରନା ରେ. କଳିବୁଟି ମନେ ମନେ

ଲଳିତ ଚନ୍ଦ୍ରମୁଖୀ ବୋଲିଣ ଡାକୁଥାନ୍ତି ଚୋହ ସଖୀମାନେ (ପଦ)


ଶଶପ୍ରାଣ ଖାଇ ଶଶାଙ୍କ ବୋଲାଇ ଆକାଶେ ବିହରି ମରେ

ସଲିଳ ମଣ୍ଡୁଳ ପରାୟେ ମାତ୍ରକ କିରଣଗୁଡାଏ ଧରେ (1)


ଯାହା କହୁଛନ୍ତି ଜନେ ତ ଶୁଣୁଛ କାହାଠାରୁ କିସ ଆଣି

ଲାଗୁଆ କରିଲା ବଡ ହୋଇବାରୁ ଆଗୁଳା ହୋଇଛି ପୁଣି (2)


ନାନା କପଟରେ ଗେଲାଇ ଭୁଲାଇ ଗୁରୁପ୍ରିୟାକୁ ହରିଲା

କଳାଗଣ୍ଡେ ମଣ୍ଡି ଆଖଣ୍ଡଳଦେବ କୁଳ ବିଟାଳିଆ କଲା (3)


କେଉଁ ଗୁଣ ତାର ଭଲ ଦେଖି ଅବା ତୋତେ ତାକୁ ସମ କରି

ଗେଲାଇ ହୋଇ ଯା ଡାକି ମରୁଥାନ୍ତି ଚନ୍ଦ୍ରମୁଖୀ ନାମ ଧରି (4)


କେଉଁ ସଜନୀଟା ଆଜହୁଁ ସେ ନାମ ତୁଣ୍ଡେ ଆଣି ବସାଇବ

ଜଳନ୍ତର ସ୍ୱର୍ଗବଳବିପକ୍ଷଙ୍କ ସୁଧରମା ମନା ହେବ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics