STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (59)

ଚଉପଦୀ (59)

1 min
223

ଚଉପଦୀ

(59)

ଗାଗ କାମୋଦୀ ତାଳ ଆଦି

ଜଣା ତ ଅଛି ମାତ୍ର ଏତିକି ରେ .

ଗଣା ନଯିବା ଗୁଣବତୀକି ରେ (ପଦ)

ଉତ୍ତମ ଅଙ୍ଗଛେଦ, ଅନୁରାଗ ବିଚ୍ଛେଦ, ଦୁହିଁକି ନେଲି ଯେ ନିକିତିକି ରେ,

ଟେକିଗଲା ପ୍ରଥମ, ଯହିଁ ତୁଟିବା ପ୍ରେମ,ଦ୍ୱତୀୟ ଚୁମ୍ବଦେଲା କ୍ଷିତିକି ରେ (1)

ବଳପାଉଛି ମୋର, ସହିପରିବି ଘୋର, କଳପାନ୍ତର ଖରା ତାତିକି ରେ,

ମଧୁରା ଧଗା ପ୍ରୀତି ଅଧୁରା ହେବା ଜାତି, ସୁହାଇ ଜାଣିନାହିଁ ଛାତିକି ରେ (2)

ଅବଳାମଣି ଅବଧାନିଆ ପଣେ ଯୁବଚକ୍ରେ ଟେକାଇଥିବ ଛତିକି ରେ

ଖଚବଚନ ଶୁଣି,ଧନବଦନ ମ୍ଳାନି, ସମୟେ ଥାଇ ଆଉ ଗତିକି ରେ (3)

ସୂଚକ ଆଗେ ସଡି, କହିବାର ଲେସଡି, ଲୁଚଇ ନାହିଁ ମୋର ମତିକି ରେ,

ଭୂଚକ ପୟୋଧରା, ତୁ ଚତୁରୀଙ୍କ ଧୀରା, ବିଚାରୀ ପାଳିବୁ ମୋ ପ୍ରୀତିକି ରେ (4)

ସେବାରେ ତ ଫାବତ, ହେବାର ଯେବେ ସତ, ବାଣୀ କେ ଶୁଣାଇବ ଶ୍ରୁତିକି ରେ,

କବି ମିହିର ଗୀତେ, ବୋଲେ ପରଖି ମୋତେ, ସମର୍ପି ଦେବୁ ରତିପତି କି ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics