STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (45)

ଚଉପଦୀ (45)

1 min
143

ଚଉପଦୀ

(45)

ରାଗ ତୋଡି ଜଙ୍ଗଲା ଆଡତାଳି

ଗାନ ପଣ୍ଡିତା ତୋତେ              ଆନ ନାରୀଙ୍କ ପରି

ମନ ମାନଇନାହିଁ ଲେଶେ ଗୋ (ପଦ)

ଦନ୍ତ ବାସ ପଲ୍ଲବ                   ବିନା ଅରୁଣ ଭାବ

ନ ରହେ ମୁଖ ପରବେଶେ (1)

ପୋତିବାକୁ ଲପନ                  କଲେ ହେଲେ ଯତନ

ତଳୁ ସ୍ତନ କଳଶ ଠେସେ (2)

ବିଶାଳ ବସୁମତୀ                   ମୋ ଛାତି ବୋଲି ତିନ୍ତି

ଭୂଭୂଷା ଭୂଷୁ ନଖଶେଷେ (3)

କଞ୍ଜର କିଶଳୟ                     ପରି ଦିଶଇ ଶୟ

ପଲ୍ଲବ ଦେଲେ ଗଣ୍ଡ ଦେଶେ (4)

ନ ଥାଏ କେଉଁ ଶୋଭା              ତୁ ମହୀମଥା ଗଭା

ଚିତ୍ତ ନ ଦେଲେ ହେଲେ ବେଶେ (5)

ବସିବା ବେଳେ ରିଷି                କି ରମ୍ଭା କି ଉର୍ବଶୀ

ଦିଶିବ ତୋ ପରି ସେ କି ସେ (6)

ଦିଶନ୍ତା ରୂଷାପରି                  ନଥିଲେ କୃପା ପୂରି

ଶ୍ରୀ ଜଗଦ୍ଦେବ ଅବନୀଶେ (7)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics