STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (38)

ଚଉପଦୀ (38)

1 min
240


ଚଉପଦୀ

(38)

ରାଗ ତୋଡି , ଝୁଲା

କେଳି ପ୍ରବୀଣା, କେବଳ ତୋତେ ସିନା ଜଣା ରେ,

ପ୍ରଣୟ ଧନେ ପ୍ରାଣ କିଣା ରେ,(ପଦ)

ନେତ୍ରାନ୍ତ ଖେଳଯୁତ, କରାଇ ମିତସ୍ମିତ, ବିବେକ କରିଦେଉ ବଣା ରେ (1)

ଦରଶନ ଆରମ୍ଭେ, ସରସ ଗିର ଦମ୍ଭେ, ପରଷିବାର ସରପଣା ରେ (2)

ଦରକଣ୍ଠି ସୁନ୍ଦର, ଦରହାସ ମଧୁର, ସରସ ଗିର ପଦେ ଶୁଣା ରେ (3)

କରୁଣାମୟ ଚିତ୍ତେ, ଅରୁଣାଧରା ମୋତେ, ତୋ ଦାସୀ ଗଣନାରେ ଗଣା ରେ (4)

ମୁଁ ଏହି ଅଭିଳାଷେ, ଶିବ ଶିବାଙ୍କ ପାଶେ, କରୁଥାଏଟି ଜଣା ମଣା ରେ (5)

ଗୁଣେ ଲାବନ୍ୟବତୀ, ପାଶେ ଭାରତୀ ରତି ଦୁହେଁ ତୋଠାରୁ କିଛି ଉଣା ରେ (6)

ବୋଲେ ଶ୍ରୀଜଗଦ୍ଦେବ,ତୋ ସ୍ନେହୁଁ ମନୋଭବ ମସ୍ତକେ ମାରି ପାରେ ଠଣା ରେ(7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics