Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (33)

ଚଉପଦୀ (33)

1 min
195


ଚଉପଦୀ

(33)

କିମ୍ପା କରୁଛୁ ନିରାଶ, ମୁଁ ପରା ତୋ ନିଜ ଦାସ (0)

ସେବି ତତେ ଦିବା - ରଜନୀ

କେତେ ନାହାନ୍ତି ତୋ ପାଶ l

ତହିଁ ମୁହିଁ ଜଣେ ହୋଇ ତୋ ଚରଣେ

ଦେବି ସିନା ଲାକ୍ଷାରସ (1)

ଆରେ ଘନକେଶି ସ୍ୱଜନ ବିନାଶି

ଲଭିବୁ ତୁ କେଉଁ ଯଶ?

ତନୁଅଙ୍ଗି ଅଙ୍ଗୀକାର କର,ଦର-

ହାସ କର ପରକାଶ (2)

ନାହିଁ ଚିତ୍ର- ଅଳି ଦିଶେ ମୋ ଶଙ୍ଖାଳି

ଅଲଗା ତୋ ରଦବାସ,

ହୁଅ ପଛେ ଚଳି, କୁଚେ ପତ୍ରାବଳୀ

ଲେଖିବାକୁ ଫରମାସ (3)

ଆରେ ଜୀବଧନ ଯିବାକୁ ଜୀବନ

ଲାଗୁନାହିଁ ମୋତେ ପ୍ରାସ,

ମୋ ପରି କେ ମନ ଜାଣି ନିଧିବନ-

କୁଶଳା କରିବ ବେଶ l (4)

ହୋଇ ତୁ ହରସ ସରସ ହୃଦୟା l

ଅଧରୁ ସୁଧା ପରଷ,

ହରିଚନ୍ଦନ ଚାତକେ ଘନ ପରି

କରୁଣା ରସ ବରଷ (5)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics