ଚଉପଦୀ (28)
ଚଉପଦୀ (28)
ଚଉପଦୀ
(28)
ରାଗ - ତୋଡି
କାଞ୍ଚନ ବରନା ଚଞ୍ଚଳେ ଅନାରେ ବଞ୍ଚନା କର ନା (ପଦ)
ମାରଦର ପରିଚାର ଜନର ନିବାର
ଯୁବ ମଦବାରଣେନ୍ଦ୍ର ଗତି ସାର
ସାରସ ସୌରଭ ଭାର ବାସିନୀ (1)
କନ୍ଦର୍ପ ସାଳସୀ ସୁନ୍ଦରହାସୀ ପନ୍ଦର ବରଷୀ
ମନ୍ଦ ବିଦଳିତ କୁନ୍ଦ ବିଚକିକତୁନ୍ଦ ଗଳିତ
ମରନ୍ଦ ରସଝର ବିନ୍ଦୁ ସନିଭ ମୋହନ
ସ୍ମିତ କାନ୍ତି ତୁନ୍ଦିଳ ଗଣ୍ଡମଣ୍ଡଳା (2)
ନିର୍ଧୁତ କଦନା ଚନ୍ଦ୍ରବଦନା ରେ ମୋ ଶ୍ରମ ସଦନା
ଦୋଷ ନ ସମଝି ରୋଷ କରଏ ଘୋଷ ତରୁଣୀ ରେ
ତୋ ସମାନ ତ ନାହିଁ ଚାହିଁଲି କାହିଁରେ
ଅବଗାହିବା ମନା ନଥାଇ ରେ ଧନ (3)
ମାନସ ମୋହନା ମାନ ତୁ ସହନା ବିରସେ ରହନା
ଖଣ୍ଡ ରସନିଧି ଖଣ୍ଡ ପରଶୁ ପରଚଣ୍ଡ ଶର ଦର ଦଣ୍ଡଭୂପର
ପୃଷ୍ଟ ଭାଷିନୀ ଅନ୍ତ ତୋ ବଶ
ଅଷ୍ଟଦୁର୍ଗ ପୂରନ୍ଦର ରେ (4)
କବିସୂର୍ଯ୍ୟ ବଳଦେବ ରଥ
