STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (25)

ଚଉପଦୀ (25)

1 min
188

ଚଉପଦୀ

(25)

ରାଗ -ପଞ୍ଚମ ବରାଡି


କଳା ବଳାହକତୁଳା ଦଳିତନୀଳକୁନ୍ତଳା ଚଳାଚଳାଚାରୁ ନେତ୍ରାଞ୍ଚଳା l

ବାଳାବଳୟ ଉଟଳାଗଭାସଦୃଶୀ ମଞ୍ଜୁଳା ଦଳା ଗୋରୋଚନାଙ୍ଗୀ କୋମଳା ରେ,

କଳାବତୀ କଳାନିଧି ଶ୍ରୀମୁଖ ମଣ୍ଡଳା,ଢଳାନେତ୍ରେ କର ମୋ ସଙ୍ଖଳା,

ବାଳାହଳାହଳଗିଳାଚୂଳାଭରଣ କୋମଳା ଜଳାତି ନିର୍ମଳାତିବତ୍ସଳା ରେ (1)

କି ମାନିବା ସୀମାଦେଖି ପ୍ରମାଦ ମାର୍ଗ ଉପେକ୍ଷି ରମା ସମାଜ ମାନଙ୍କୁ ହରି ,

ସମାନ ବିମ୍ବ ଚନ୍ଦ୍ରମା ମୁହିୀ ତୋ କୁନ୍ତଳେ ଜମା ହେଲା ତମାଳମାଳ ମାଧୁରୀ ରେ,

କ୍ଷମାନିଧି ଗୁମାନ ମାତ୍ର ନଧର ମୋରେ,ଜମାଅ ମାଗୁଛି ପୟୋଧରେ,

ରମା ଉମା ତୁରଙ୍ଗମା ସମାନସାଧ୍ୟ ମଧ୍ୟମା ଗମାର ମାର ମାରୁ ନା ଶରେ ରେ (2)

ତୁଷାର ସାମ୍ୟ ସୁପ୍ରହସାନନା ତୁ ମୋ ଶୁଭ ଦଶାର ସାର ସାମଗ୍ରୀବର  l

ତୁ ସାର ସାକ୍ଷୀ କି ହେଜି ପ୍ରାସାଦ ସାମ୍ରାଜ୍ୟ ତେଜି ରୁଷା ରୁଷାରୁ ସାମର୍ଥ୍ୟ ମୋର ରେ,

ରସାଳସା, ମୁଁ ସାରସ ଚରଣରେ ପଶି,ଅସାର ସଙ୍ଗରେ ନାହିଁ ବସି,

ତୁସାରାସାରବିବେକି ଭୂଷା ତୁ ସାକ୍ଷୀ ତହିଁକି ରସାଅ ସାର୍ଥରେ ଥରେ ହସି ରେ (3)

ହରାପରାଧୀ ଦୁର୍ଜର ନାରାଜରାଜିରେ ମୋର ପରାଭବ ଏକା କଲେ ଫନ୍ଦା l

ଧରାଧରାଧିପସ୍ତନା ଚରାଚରାନ୍ତେ ତୋ ବିନା ପରାଭବ କାହିଁ ନିନ୍ଦା ରେ,

ଧରାଝରା, ଅରାତି ନୁହଇ ମୁଁ ସୁକେଶା, ଖରାପ ନକର ଏଡେ ଆଶା,

ସ୍ମରାତୁର ଜଳନ୍ତରଧରାମରା ବତୀସୁର ପରାଣ ପାଇଲେଟି ପ୍ରଶଂସା ରେ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics