STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (21)

ଚଉପଦୀ (21)

1 min
2.8K

ଚଉପଦୀ

(21)

ରାଗ ପୂରବୀ ଝୁଲା

କରୁ କାହିଁକି ରେ ସରୁକଟି ମୋତେ ଲାଜ .

ଅରୁଚି ଘୁଞ୍ଚିବା ସରୁ ଚୁମ୍ବନକୁ ନ ରୁଚିଲା ପରି ଆଜ (ପଦ)

ତନୁଟି ଛୁଆଇଁ ନ ଦେଲୁ ନିପଟ ଧନୁଟି ପରା ତୁ ମୋର

ଜାତି କରଜା ରେ, ଛାତିରେ ନ ମିଶି ରାତି ଯାକ ହରବର (1)

ପୀଡିହି ସିନା ମୁଁ ଅଧରେ ଅଳପ ଭିଡିବି ସିନାରେ ସହି,

ଘରୁଟି ବୁଡିବ ଦରୁଟି ବଚନ ଥରୁଟିକୁ ନାହିଁ ନାହିଁ (2)

ଆଉ ଟିକାକୁ ତ ସୁଖ ଯିବ ସରି ଦାଉ ବଳିଯିବ ସିନା

ପାରିବାର ସାଚି ପାନଖିଲ ମୋର ଯାଚିଦେଲେ ହେଲେ ମନା (3)

ନୀବିକି ଫିଟାଇ କାମ ସଦନରେ ଦେବିକି ଚଳାଇ ନଖ

ଠିକି କେ ମୋ କର ବଞ୍ଚାଇ ଦେଉଛୁ ପୋତି ଆଡେ ଚନ୍ଦ୍ରମୁଖ (4)

ଭାରତୀ କି ଶୁଣି ଜଗଦ୍ଦେବଙ୍କର ଗାରସାର ଗୁଣନିଧି

ହସ ହସ ହୋଇ ଆରମ୍ଭି ଦେଲା ଯେ ବୃଷରାଜ ବନ୍ଧ ବିଧି (5)

କବି ସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics