STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (181)

ଚଉପଦୀ (181)

1 min
341

ଚଉପଦୀ

(181)

ରାଗ-- ଇମନ୍

ହୀରକ ଦଶନା ମୋ ପଦକ - ହୀରା ରେ (0)

ଅଙ୍କାରୋହା ହେବାଦେଖି ଶହ୍କା ମୁଁ କରେ ନିରେଖି

ରାମା ଶିରୋମଣି - ସ୍ନେହ ଗଲା ପରା ରେ (1)

କବିବର ଗତି ରତି - କାଳେ ମୋ ଛାତିରେ ମାତି

ଅନ୍ତର କରଇ ତାର ହୃଦ - ହାରା ରେ ! (2)

ଶିରୀଷ କୋମଳା ବାଳା ବାହୁରେ ମଣ୍ଡି ତୋ ଗଳା

ରସୁଥାଏ ରସବତୀ ମୋର ପରାରେ (3)

ପଙ୍କଜଲୋଚନା ଆସି ଭାଷନ୍ତେ ସ୍ମିତ ପ୍ରକାଶି

ଚାହିଁ ବିଚାରେ ମୋ ସମ ନାହିଁ ଧରାରେ (4)

ଛୋଟରାୟ ନୃପବର ଭୋଷେ ଅତି ଦୁଃଖେ ଗିର--

ଦେଖିବି କି ସତେ ସୁଖ ଶିକ୍ଷା - ଧିରା ରେ ? (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics