ଚଉପଦୀ (181)
ଚଉପଦୀ (181)
ଚଉପଦୀ
(181)
ରାଗ-- ଇମନ୍
ହୀରକ ଦଶନା ମୋ ପଦକ - ହୀରା ରେ (0)
ଅଙ୍କାରୋହା ହେବାଦେଖି ଶହ୍କା ମୁଁ କରେ ନିରେଖି
ରାମା ଶିରୋମଣି - ସ୍ନେହ ଗଲା ପରା ରେ (1)
କବିବର ଗତି ରତି - କାଳେ ମୋ ଛାତିରେ ମାତି
ଅନ୍ତର କରଇ ତାର ହୃଦ - ହାରା ରେ ! (2)
ଶିରୀଷ କୋମଳା ବାଳା ବାହୁରେ ମଣ୍ଡି ତୋ ଗଳା
ରସୁଥାଏ ରସବତୀ ମୋର ପରାରେ (3)
ପଙ୍କଜଲୋଚନା ଆସି ଭାଷନ୍ତେ ସ୍ମିତ ପ୍ରକାଶି
ଚାହିଁ ବିଚାରେ ମୋ ସମ ନାହିଁ ଧରାରେ (4)
ଛୋଟରାୟ ନୃପବର ଭୋଷେ ଅତି ଦୁଃଖେ ଗିର--
ଦେଖିବି କି ସତେ ସୁଖ ଶିକ୍ଷା - ଧିରା ରେ ? (5)
କବିସୂର୍ଯ୍ୟ ବଳଦେବ ରଥ
