STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (180)

ଚଉପଦୀ (180)

1 min
238

ଚଉପଦୀ

(180)

ରାଗ-- ପିଲୁ-- ଝୁଲା

ହସି ଦେଇଛି ଯେ ରସିକା ରଖିଛି ମନେ .

ରୁଷିଲାପରି ତା ଶଶୀଜିତ ମୁଖ ଦିଶିଯାଏ ଦିନେଦିନେ (ଘୋଷା)

ସବିନୟ ପ୍ରେମଗୀତ ମୋହପାଇଁ କବି ଅଭିମାନେ ଭଣି

ଶାବକ ମୃଗାକ୍ଷୀ ସଖୀଙ୍କି ଘେନାଇଁ ଭାବ କହିବାର ଗୁଣି (1)

ମୋଦେ ବାସ ଟେକି ମୁଁ ଦେବା ନଖର ଲାଞ୍ଛନ ତା ଉରମୂଳେ

ନିରେଖିବା କାଳେ କି ରେଖା କି ଧନ, ବୋଲି ପଛୁ ଧରି କୋଳେ (2)

ବିବିଧ ଚାଟୁରେ ନୀବି ଧରିବାରୁ ଚଳି ମୋତେ ଉଠିବସି

ଛଳେ ଚପଳ ବିଜେ କରୁଁ ଦଇବବଳେ ପଡିବାରୁ ଖସି (3)

ଅଳସ ଲାଗିବା ପରି ମୁଁ ରଚିବା ଛଳେ ଶୟନର କାଳେ

ସଦନେ ପଦ ନଶୁଣାଇ ଆସି ମୋ ବଦନ ଚୁମ୍ବିବା ବେଳେ (4)

ଯାମିନୀ ମୁଖେ ମୁଁ କାମିନୀ ବେଶରେ ଯିବାର ନଜାଣି ହସି

ସ୍ନେହରେ ନିଆଳୀ ଆସବୋଲି ମୋର ଦେହରେ ଯିବାର ମିଶି (5)

ପୁରେତ ଭଲେ ତ ଉଭା ହୋଇ ଲାଜେ କରୁଥାଏ ନାହିଁନାହିଁ

ସୁରତେ ସୁନ୍ଦର ଜଘନ ନିରେଖି ତେଣେ ତା ଶ୍ରୀମୁଖ ଚାହିଁ (6)

ମୋ ନାଥ କାମନା ପୂର ବୋଲି ଦେବୀ ଛାମୁରେ କର ପଲ୍ଲବ

ଟେକି ଦେଉଁ ଶିରେ ଉରଜ ମଣ୍ଡଳ ଅନାଇ ଶ୍ରୀ ଜଗଦ୍ଦେବ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics