STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (18)

ଚଉପଦୀ (18)

1 min
219


ଏ କି ଦୀନେ ଗୋ 

କୁନ୍ଦହାସୀ, ଗୁମାନ ଘେନନା ମନେ (0)

କୁରଙ୍ଗ ଦୃଶା ରେ      ଗତି କେ ତୋ ବିନା

ଏ ତତୁ ରୀତିକି      ଅନାଅ ନବୀନା

ଭେକ ଟେକ ଡାକ      ଯୁବା ଜୀବ ଘେନା

ହେଉଅଛି ପ୍ରତି ସ୍ଥାନେ (1)

ଚନ୍ଦ୍ର ବଦନାରେ      ହର ମୋ ବେଦନା

ଭର ଭର କରେ      ଦୁଃଖ ନିବେଦନ

ନିଳକଣ୍ଠ ନାଟ     ପାଚବ ଘଟନା

ଘଟୁଚି ଗିରି ଗହନେ (2)

କାଳିକା କପଟେ    ଏ କାଳ ଭୂଜଙ୍ଗୀ

ଦେଖାଇ ବିଜୁଳି      ଛଳେ ଜିହ୍ୱାଭଙ୍ଗୀ

ବକାଳିକା ଏ                  ନୁହଁରେ ଜୀବସଙ୍ଗୀ,

ଦେଖ ବିଷଦାନ୍ତମାନେ (3)

ଘଡଘଡି ରଡି   ଶ୍ରୁତି ପଥେ ପଡି

ମୁନିକରୁଜପା   ମାଳି ଯିବ ଝଡି

ଏ ସମୟେ କୃପା   ପିୟୁତା ନିୟୁଡି

ରଖପ୍ରାଣ ସମାଧାନେ (3)

ରସି ମୋରେ କ୍ଷଣେ          ଚଞ୍ଚଳଲକ୍ଷଣ

ନ ଚାହିଁଲେ ଭାଷି ଗଲିଟି ଏକ୍ଷଣେ

ନୃପ ରାମଚନ୍ଦ୍ର ଛୋଟରାୟ ଭଣେ

ବରଷା ରିତୁ ବିଧାନେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics