Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (179)

ଚଉପଦୀ (179)

1 min
303


ଚଉପଦୀ

(179)

ରାଗ – ମୁଖାରୀ - ତ୍ରିପଟା



ସୁରସବତୀଟି ରେ, ମୋହ ସପତଟି ରେ (ଘୋଷା)

(ପଡି)

ଭାଷ ଭାଷମୃଦୁହାସ ମଧୁର କରି - କରୀଗତି ଚନ୍ଦ୍ରାନନୀ କନକଗୋରୀ

ଗତ ନିଶି ବିପରୀତ ରତିରେ ମୋହପରି

ହେଲୁ ଯା ମନ କି ଲାଗିଲା ସେ ସମୟରେ.

କଙ୍କଣ ହେବାରୁ ମୂଳ - କିଙ୍କିଣୀ ଦେଲା କି ଡାକ

ଦୀପକୁ କିମ୍ପା ଚଞ୍ଚଳେ - ବଞ୍ଚିଲୁ ଦୁକୁଳାଞ୍ଚଳେ

(ପଡି) (1)

ଆଣନ୍ତେ ମୁଁ ସେ ପ୍ରସଙ୍ଗ- ପୁଲକିଲା କି ଶ୍ରୀ୍ଅଙ୍ଗ

ଚମକିଲା କି ମଦନ - ଭୂପତି କେଳି ସଦନ

(ପଡି)(2)

ହେଲାକି ମୋର ଯୁଗଳି - ଶିଖ ଗଙ୍ଗାଧାରା ଦୋଳି

ଭ୍ରମରକୁ ପଙ୍କେରୁହ - ଚୁମ୍ବିଲା କି ବହି ସ୍ନେହ

(ପଡି)(3)

ସେ ଚାରୁ ଚିତ୍ର ଭୂଲାକି - ଦରଦରୁ କମ୍ପିଲାକି

ଭାଷେ ଜଳନ୍ତର ନାଥ - ପୁରିଲା କି ମନୋରଥ( ପଡି)(4)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics