ଚଉପଦୀ (168)
ଚଉପଦୀ (168)
ରାଗ - ପୁରି
ଲୀଳାବତୀ ରସେ ରସିଲା
କୋଳେ ବସାଇଲି; ଗେଲେ ବସିଲା ରେ
ପୀନ ସ୍ତନ ଆଲିଙ୍ଗନୁଁ ଘନପୁଲକିତ ତନୁ
କରି ମୋ ଅଙ୍ଗରେ ରଙ୍ଗେ ମିଶିଲା ରେ
ଅଧରେ ବିମ୍ବ ଚୁମ୍ବନେ ନ ଧରି ଗୁମାନ ମନେ
ହରଷେ ମୋ ଗଣ୍ଡେ ଗଣ୍ଡ ଘଷିଲା ରେ
ନଖ ବସୁଁ ଉରୁ-ମୂଳେ ସୁଖବଦନା ବିକଳେ
ରଖ ବୋଲି ଗେଲେ “ଇଷି” ଭାଷିଲା ରେ
ରତି ମୁଁ ମାଗନ୍ତେ ରସବତୀ ନକରି ନିରାଶ
ଲାଜ ଲାଜ ହୋଇ ମନ୍ଦେ ହସିଲା ରେ
ରାମଚନ୍ଦ୍ର ଛୋଟରାୟ କହେ “ଆହା ! ସେ ସମୟ
ମୋତେ ‘ସ୍ୱର୍ଗ’ ସୁଖମୟ ଦିଶିଲା ରେ
