STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (156)

ଚଉପଦୀ (156)

1 min
93


ରେ କିଶୋରୀ, ଭରସା କରିଚି ତତେ

ଆନନ୍ଦ ଦେଖିଲେ                   ଆନନ୍ଦେ ଭାଷଇ

ଆନ ନରୁଚଇ ମତେ (0)

ଜଗତେ ଜାଣନ୍ତି                     ଜଗମୋହିନୀ ରେ

ଜଳରୁ ଜାତ ଜଳଜ

ମନ୍ଥର ଗତିରେ                     ପଥେ ଜାତ କରୁ

କେତେ ବିକଚ ସରୋଜ (1)

ନୀଳ ଇନ୍ଦୀବର                     ସେହି ଦିନୁ ଜାତ

ଧତା କଲା ଦିନୁ ସୃଷ୍ଟି

ଚାହିଁଣ ଛଟକେ                     ପ୍ରତି ଦିଗେ ନୀଳ

କୁମୁଦ କରୁ ତୁ ବୃଷ୍ଟି (2)

ଜମ୍ବୁନଦ ଆଦି                               ଯେତେ ପୀତ ଦ୍ରବ୍ୟ

ଯଝା ଅଙ୍ଗେ ଯେଝା ଶୋଭା

ତୋ ତନୁ ଝଟକ                   ଯହିଁ ପଡି ଯାଏ

ଦିଶେ ସେ ଗଉର ପ୍ରଭା (3)

ମନ୍ଦ ହାସ ଯୁତ                              ଭାଷା ପଦେ କହ

ସୁଧା ବସୁଧାରେ ପୁରୁ

ରାମଚନ୍ଦ୍ର ଦେବ                     ନୃପ ସ୍ୱର୍ଗ ଭୋଗ

ଇଛା ଆଜଠାରୁ ସରୁ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics