STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (154)

ଚଉପଦୀ (154)

1 min
326

ଚଉପଦୀ

(154)

ରୁଷାକୁ ସାରସ ଦୃଶା ତ ଶିଖିଲା ରେ (ଘୋଷା)

ମୁଁ ସାହସୁଁ କେଉଁ ଦୋଷ କରିବା ଦେଖିଲା ରେ,

ତୁଷାର ମୟୁଖ ମୁଖ ମଣ୍ଡଳ ଶୁଖିଲା ରେ (1)

ନିଶାରୁ ମୁଁ ହୋଇଛି ଯେ ତା ସ୍ନେହ ଭୋଖିଲା ରେ,

ବିଶାରଦା କି କାଳେ ସୁଖ ଉପେକ୍ଷିଲା ରେ (2)

କୃଶାଙ୍ଗୀ କା ଶୁଣିଲା ତା ମନରେ ଲାଖିଲା ରେ

କୁଶାଳିରେ କେଉଁ ଖଳ କୁଶାନୁ ଯୋଖିଲା ରେ (3)

ସୁସାର ସରସାକ୍ଷର ଥରେ ନ ଭାଖିଲା ରେ

କି ସରସାତ୍ମଜ ଦୃଷ୍ଟ ଦଶାରେ ଲେଖିଲା ରେ (4)

ଭାଷେ ଜଗଦ୍ଦେବ ସ୍ନେହ ଆଉକି ରଖିଲା ରେ

ରସାଳସାଧର ମୋ ରସନା ନଚାଖିଲା ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics