STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (150)

ଚଉପଦୀ (150)

1 min
364


ରାଗ-ତୋଡି-ଆଠତାଳି

ରାମାବର, ଜଳଜନେତ୍ରା ହସି ଦେ’ରେ (ଘୋଷା)

ଚନ୍ଦ୍ର ଚନ୍ଦ୍ରିକା କ୍ଷୀରକୁନ୍ଦ ସୁଧା ହାଣ୍ଡିର -

ପିଣ୍ଡ ଗରବ ମୁଖେ ମସୀ ଦେ ରେ (1)

ମନମଥ ମୁକୁର ମଣ୍ଡଳ ସହୋଦର

ଗଣ୍ଡ ମୋ ଗଣ୍ଡେ ଥରେ ଘସି ଦେ’ରେ (2)

ମୋ କର କରକଶ କି ତୋ କୁଚ କଳସ

ରସିକା ଶିଖାମଣି କଷି, ଦେ’ରେ (3)

ରତେ ବଳାଇ ମତି ମୋତେ ଇନ୍ଦ୍ର ସମ୍ପତ୍ତି

ମର୍ତ୍ତ୍ୟଲୋକର ଉରୁବଶୀ ଦେ’ରେ (4)

କହେ ଶ୍ରୀ ଜଗଦ୍ଦେବ ଯେବେ ମୋ ଦୋଷ ଥିବ

ଗଳେ ତୋ ବାହୁ ଲତା ରସି ଦେ’ରେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics