STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (148)

ଚଉପଦୀ (148)

1 min
270

ଚଉପଦୀ

(148)

ରାଗ-କେଦାର-ଆଠତାଳି

ରସାତଳ ଉୂଷା, ନବରସେ ରସା ରେ (ଘୋଷା)

ଗାଢେ ଭୁଜେ ଭିଡି ମୋତେ         ବିଦରି କରଜକ୍ଷତେ

ଘଷି ଗଣ୍ଡେ ଗଣ୍ଡକୁ ସୁଧା ବରଷା ରେ (1)

ନଚାଇ ରୁଚିର ବେଣୀ        ବଜାଇ କଟି କିଙ୍କିଣି

ମଡାଇ କୁଚ ଇନ୍ଦ୍ର ପଦକୁ ନସା ରେ (2)

ରଚି ବନ୍ଧନ ନାଗରୀ          ନିଅ ମୋ ମନକୁ ଧରି

ନୀରେ ନୀରପରି ଅଙ୍ଗେ ଅଙ୍ଗ ମିଶା ରେ (3)

ପ୍ରେମ ଉରେ ଯାଇ ମଜ୍ମି              ନିବିଡ ସୁଖକୁ ହେଜି

ଭାଷି ଇଷି ଧନୁ କାମକରୁ ଖସା ରେ (4)

ଅଷ୍ଟଦୁର୍ଗ ଦଣ୍ଡଧାରୀ          ଭାଷେ କାମ ପୂର୍ଣ୍ଣକରି

ରସିକ ସଂସାରେ ମୋ ସୁକୃତ ଦିଶା ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics