STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (147)

ଚଉପଦୀ (147)

1 min
223


ରାଗ-ପୂରବୀ

ରସନିଧି ଭଲା ଆଚରିଲା ମୋହପରି ବିଧି ରେ (ପଦ)

କିଙ୍କିଁଣି ତାଳକୁ ରଚୁଥିଲା ଝୁଲି ଝୁଲି ନଥ ନାଚୁଥିଲା

ନେତ୍ର ପୁଣ୍ୟଫଳ ପାଚୁଥିଲା, ମୋତେ ବ୍ରହ୍ମପଦ ସୁଖ ଯାଚୁଥିଲା (1)

ଅଧୋମୁଖେ ରତ୍ନସାନୁ ଥିଲା,ତା ନିକଟେ ସୁଧା ଭାନୁଥିଲା

ତହିଁତିଳଫୁଲ ତଳେ ଝଲମଲ ବୁଲାକି ଧୁଲାକି ମନୁଥିଲା(2)

ଆନେ ତା ଚାକିର ଲବ କାହିଁ, ବିବେକ ବାକି ରହିଲା ନାହିଁ,

ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦର କପୋଳ ମୁକୁରେ ମକରୀଲୀଳା ଚାହି (3)

ବନ୍ଧୁକି ମୋ କି ଲାଜ ଭଜୁଥିଲା, ଥରେ ଥରେ ନେତ୍ର ବୁଜୁଥିଲା,

ଥରେ ଥରେ ଚାହିଁଦେଇ ଇନ୍ଦୀବରେ ମଦନଦେବକୁ ପୁଜୁଥିଲା (4)

ନୀଳକୁଞ୍ଚିତ, କୁନ୍ତଳତତି, ଭଜୁଥିଲା ଅସ୍ତବ୍ୟସ୍ତ ରୀତି,

ମିଶୁଥିଲା ଗଭା କ୍ରମରେ ଖସିବା କୁସୁମ ଶ୍ରୀ ଦଗଦ୍ଦେବ ଧୃତି (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics