STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (145)

ଚଉପଦୀ (145)

1 min
395


ଯୋଷାକୁ ରୁଷା କେ ଶିଖାଇଲା ରେ (ପଦ)

ନିର୍ଦୋଷ ନିର୍ମଳ, ସୁଧାରେ ଗରଳ,

ଗୋଳିଦେଇ ଖଳ କି ଖାଇଲା ରେ (1)

ମୋ ନୟନସୁଖ, ବର୍ଦ୍ଧନ ଶ୍ରୀମୁଖ,

 ପୀୟୂଷ ମୟୂଖ ଶୁଖାଇଲା ରେ (2)

ଇନ୍ଦୀବରୁ ନବ, କମଳ ସମ୍ଭବ,

କମଳ ସମ୍ଭବ ଦେଖାଇଲା ରେ (3)

କି ରହିବ ଜୀବେ, ଚନ୍ଦ୍ରମା କୁ ଯେବେ,

ଅରୁଣ ରାଜୀବେ ରଖାଇଲା ରେ (4)

ଦୋଷ ଥିଲେ ମୋର, ଦୟାବତୀ ବର

କାହିଁକି ଅଧର ଚଖାଇଲା ରେ (5)

ଏ ଘେନି ସବ୍ୟଥ, ଅଷ୍ଟଦୁର୍ଗନାଥ,

ସୁଖ ମନୋରଥ ଭୋଖାଇଲା ରେ (7)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics