STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (14)

ଚଉପଦୀ (14)

1 min
150


ଚଉପଦୀ

(14)

ରାଗ ପୁଗବୀ ଅକତାଳି

(କାମତୁହା ବୃତ୍ତେ)

ଆରେ ରସସିନ୍ଧୁ .

ନାହିଁ ନାହିଁ କିମ୍ପାକରୁ ପ୍ରାଣବନ୍ଧୁ ରେ (ପଦ)

ରାଜୀବର ଆରେ ସୂରମଣି,   ରାଜୀବର ମୁଖୀ ମୋର ବାଣୀ

ବାଜିଯାଉ ଥରେ କଟିର କିଙ୍କିଣ,    ଭାଜିଯାଉ କାମଦର୍ପ ଶୁଣି ରେ (1)

ମିଶିଯା ,ମୋ କୋଳେ କିମ୍ପା ଲାଜ,   ତୋଷିଯା ମୋତେ ନାଗରୀ ରାଜ,

ରସିକା, ମଦନ ରସେ ମୋର ସଙ୍ଗେ,  ରହିଯା ଗୋ ମରଜି କି ଆଜ ରେ (2)

ଫୁଲାଇ ନାସାକୁ ହୋଇ ତୋଷ,    ଗେଲାଇ ପଦେ ବଚନ ଭାଷ,

ଝୁଲିଯାଉ ଥରେ ଅପଘନ ତୋର,     ଭୁଲି ତୁ ଦେଖିବୁ ମୋ ମାନସ ରେ (3)

ବାସ ପ୍ରତି ଅଙ୍ଗୁ ଖସିଯାଉ,    ଦୁଇ କଳେବର ମିଶିଯାଉ,

ଝଲକି ଅଧରୁ ହାସ ଦିଶିଯାଉ,     ଜଘନାଦି ଅଙ୍ଗ ଥରିଯାଉ,

ଥିବା ମନୋରଥ ମୋର ପୂରିଯାଉ,     ମଦନ ଭଣ୍ଡାରୁ ସରିଯାଉ ରେ (5)

ଭାଷେ ଅଷ୍ଟଦୁର୍ଗ ମହୀପାଳ,      ରସେ କରମଳି ଅତି ଭୋଳ,

ନାଚିଯାଉ ଥରେ ନାସା ନୀଳମଣି,      ପାଚିଯାଉ ସର୍ବ ଲତା ଫଳ ରେ (6)


କବିସୂର୍ଯ୍ୟ ବଳଦେବ ରଥ 



రచనకు రేటింగ్ ఇవ్వండి
లాగిన్

Similar oriya poem from Classics