STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (126)

ଚଉପଦୀ (126)

1 min
421

ଚଉପଦୀ

(126)

ମରୁଆ ଗୋ ଏ ବୟସେ ସହିବ କେ ସେ ସଧ ଲେଶେ ଗୋ (0)

ପ୍ରିୟ ଚୁମ୍ବନ ମୁଁ ଭରଜି ନାହିଁ ଜନମୁଁ

ଲାଗିବାକୁ ଲାଜ ସେ କି ବଣିଜ (1)

ପରିରମ୍ଭ କଥା ଶୁଣିଲେ ମୋ ଅଙ୍ଗ ବ୍ୟଥା

ତେଡେ କଲବଲ ନୋହିଲେ ଭଲ (2)

ଡରୁଚି ମୁଁ ଶୁଣି,କରଜ ଲୋଚାକେ ପୁଣି

ବିଦାରନ୍ତି ଆଗ, ଏ କି ସୁଆଗ (3)

ନୋହିଲେ ନୋହିବ ନବସଙ୍ଗ ଅନୁଭବ,

ରହିବି ମୁଁ ଲୁଚି , ଏବେ ଯାଉଚି (4)

ଭଣେ ଛୋଟରାୟ,ସଖି ଦେଖି ବାଳାଭୟ

ବୋଧି ବୁଦ୍ଧି କହେ ଉଚିତ ନୁହେଁ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics