STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (124)

ଚଉପଦୀ (124)

1 min
140

 

ମନମୋହନ ମନ୍ତର ତୋର ଭଙ୍ଗି ରେ, ଜୀବସଙ୍ଗୀ .

ଅବନୀ ବନିତା ପଦ କରେ

ପଦକରେ ଯେହୁ ବାଦକରେ

ଧରି ସାର୍ଥ କରେ କରିକି ମୋକର

ହସମିଶା ଭାଷା ପଦକରେ (1)

ସନ୍ତାପ ସରିତ ଶୁଖାଇଲୁ

ଭୁଜ ବନ୍ଧାବନ୍ଧି ଶିଖାଇଲୁ

ଅଳପ ଅଳପ ବଂଚାଇ ବଂଚାଇ

ବିମ୍ବାଧରୁ ମଧୁ ଚଖାଇଲୁ (2)

କୃପାରେ ମାନସ ରଖାଇଲୁ

କରେ ପୟୋଧର ରଖାଇଲୁ

ହେମ ପଚା ସାର ପଲ୍ଲବ ପାଲିରେ

ପଚାଇବା ରୀତି ଦେଖାଇଲୁ (3)

ବ୍ରହ୍ମଜ୍ଞାନ ଯୋଗ ଭଙ୍ଗିଭୁଲା

ତିଳ ଫୁଲଜିତ ନାସା ଫୁଲା

ଖର୍ବ ଖର୍ବକରି ଜାଚି ଦେଉଥିଲା

ପଦ୍ମ ରାଗମଣି ନଥ ଝୁଲା (4)

ଅଷ୍ଟଦୁର୍ଗପତି ଭାଷେମନେ

ଚକ୍ରବର୍ତ୍ତି କଲୁ ଯୁବାଜନେ

ମନିନୀରେ ଦାନୀ ସାଜିବୁ ଯା କାନି

ପଶନ୍ତ ସଂଚାଳ ପବମାନେ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics