STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (119)

ଚଉପଦୀ (119)

1 min
342

ଚଉପଦୀ

(119)

ଫୁଲତୋଳା - ବୃତ୍ତେ

 ମଦନ ଅମଳେ ବାଇପରି କେ ଯୁବତୀ,

ଆଚରଇ ପ୍ରଳାପରେ ସ୍ୱୟଂ ଦୂତି ରୀତି (1)

କେଉଁ ପଥିକକୁ ପୁଚ୍ଛେ କି ହେ ପାଟଯୋଷୀ,

ବୁଝ କି ଯୋଗ ଆଜ ମୋ ପତି ପରବାସୀ (2)

କର ରମଣୀ ପାଣିରେ ଯାଇଅଛି ପଡି,

ମିଳିବ ପରା ବୁଝିବା ଥରେ ପାପ ଖଡି (3)

ଚରମ ଅଚଳେ ବରବେଶ ହେଲେ ରବି,

ଯୁବା କୋଳ ବାହାରେ ମୁଁ ନିକି ବରତିବି (4)

ଆଗରେ ଟେକିଛି ପୟୋଧର ବରଷିବ,

ଛାଡିଯିବ ଯେବେ ଏଥେ ରହିବକି ଜୀବ (5)

ଅନା ଅନା ନେତ୍ରାଞ୍ଚଳେ ପିଇଦେଲା ପରି,

ଅଧର ମଧୁ ପି ବାରେ ଧରି ପରନାରୀ (6)

ଶୁଣିଁଣ କୁହାର ତୁଲ୍ୟ କଲା ପାନ୍ଥଯୁବା

କହେ ଅଷ୍ଟଦୁର୍ଗ ସ୍ୱର୍ଗ ନଗରେ ମଘବା(7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics