STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (115)

ଚଉପଦୀ (115)

1 min
172

ଚଉପଦୀ

(115)

ରାଗ- ବିହାଗ- ଏକତାଳି

ବାହାରେ ତୁ ମୋ ଗଳାମାଳା,

ସହିବ କେହି ଦୁଃସହ ବିରହଜ୍ୱଳା (ଘୋଷା)

ଏକେ ତ ଅତି ସୁକୁମାରୀ, ରାଜକୁମାରୀ

ତହିଁ ପୁଣି ନବ କିଶୋରୀ ଚାଲି,

ଅଭିନବ କଦନ, ଥାଉ ଶଠ ମଦନ,ଦାଉ ସହି ଜୀବନ

ଆଉ କି ରଖିବ ବାଳା (1)

ଚାହିଁ ଚାହିଁ ମୋ ଆଗମନ, ହେବଣି ବିମନ

ନିଦ୍ରା ବିହୁନରେ ତା ର ନୟନ,

ଆହର ହେବ ଦୂର, ହାର ପରାୟେ ନୀରଧାରପଡିବ ଉର,

ସାରା ପହର ପୁର କାରା ତୁ ମଣିବୁ ବାଳା (2)

ବେଢବସି ସଖୀ ସକଳ, ହେବେ କି ସେ ବିକଳ

କେତେ କରୁଥିବେ ଶୀତଳ, ଆହାର ହେବ ଦୂର,

ଆହାର ଲାଗି ଘୋର, ଆହା ରବରେ ଘର-

ବାହାର ପୂରିବ ବାଳା (3)

ଅଙ୍କ କୃଶ ତ ଭଜିବ ,ଶୋଭା ତେଜିବ, ବେଶଭୂଷଅ କାହିଁ ଯିବ .

ହା ବରକଣ୍ଠୀ ମୋର, ଆହାଦର କରିବ, ହାବର କରି ପର

ପାଦରେ ଲୁଟିବ ବାଳା (4)

ହରିଚନ୍ଦନ ଜଗଦ୍ଦେବ, କହଇ ଦେବ -ଦେବ କରୁଣା ଯେବେ ହେବ,

ମଜ୍ଜାଇ ଶରତେ ସେ,ଛାଇପରି ତା ପାଶେ, ଥାଇ ପାଦ ସାରସେ

ପାଇବି ମୋକ୍ଷକୁ ବାଳା (5)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics