STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (100)

ଚଉପଦୀ (100)

1 min
224

ଚଉପଦୀ

(100)

ରାଗ - ଝିଂଝୋଟି - ଏକତାଳି

ପ୍ରାଣବନ୍ଧୁଆ ରେ ତୋ ଶୋଭାକୁ ଚାହିଁ

ପୁରନ୍ଦର ସମ୍ପଦ ମୋ ନେତ୍ର ଲୋଡୁ ନାହିଁ (ଘୋଷା)

ଫୁଲ୍ଲ ପଙ୍କଜ ଚନ୍ଦ୍ର ଦର୍ପଣ ସୁନ୍ଦରାନାନୀ ମୋ ଧନୀ

ହେମ ଚମ୍ପକ କେତକୀ ତନୁ ଶମ୍ଭୁ - ଦମ୍ଭ ବିନାଶିନୀ

ତାର ହୀରକ କୁନ୍ଦ ମୌକ୍ତିକ କାଶହାସୀ ବିଳାସିନୀ

ଧରା ଧନ୍ୟ ହେଉଛି ତୋ ପାଦି ସଙ୍ଗ ଘେନି (1)

ନୀଳଉତ୍ପଳ ଖେଳ ଚଞ୍ଚଳ ମୀନ ଖଞ୍ଜନ ଲୋଚନୀ

ବୀର ମନ୍ମଥ ବାଣ ସମ୍ଭବଟି ଦୁଃଖ ବିମୋଚନୀ

ଲୋଳ ଲୋଚନ କଞ୍ଜରଞ୍ଜନ କୁଞ୍ଜରାଧିପ ଗାମିନୀ

ଅନଙ୍ଗ ମଙ୍ଗଳ ରମା ତୁ ମନମୋହିନୀ (2)

ମଞ୍ଜୁଳାଞ୍ଜନ - ପୁଞ୍ଜଗଞ୍ଜନ ନୀଳକୁନ୍ତଳପାଶିନୀ

ଭକ୍ଷିତାନିଳ ଯୋଗୀମଣ୍ଡଳ ଯୋଗଖଣ୍ଡନ ବେଶିନୀ

ସାନ୍ଧ୍ର ଚନ୍ଦ୍ର ପରାଗ ସଙ୍ଗତ ଗନ୍ଧସାର ସୁବାସିନୀ

କୃତାର୍ଥ ହୋଇଲା ଯଉବନ ତୋହ ଘେନି (3)

ବକ୍ର କୋମଳ ବାଣୀ ବର୍ତ୍ତୁଳ ଚନ୍ଦ୍ରଚାରୁ ନିତମ୍ବିନୀ

ଶକ୍ର ବାରଣ କୁମ୍ଭ ଭୂଧର ଚକ୍ରବାକ ଘଟସ୍ତନୀ

ଲାଲ ପଲ୍ଲବ ବିଦ୍ରୁମ ଭ୍ରମ କରକାଧରୀ ଭାବିନୀ

ରାମଚନ୍ଦ୍ର ଦେବେ କେବେ ନୋହିବୁ ଗୁମାନୀ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics