ଚୁଲୁବୁଲି ପ୍ରେମିକା
ଚୁଲୁବୁଲି ପ୍ରେମିକା
ଚୁଲୁବୁଲି ............ଚୁଲୁବୁଲି,
ହସ ତୋର ଖିଲି ଖିଲି l(0)
ଚାଲି ତୋ ବମ୍ବେଇ ଦିଲ୍ଲୀ,
ମାରୁ ତୁ କେଡେ ଷ୍ଟାଇଲି l
ତୋ ପ୍ରେମରେ ଫସିଗଲି ,
ଚୂଲୁବୁଲି..........................|(1)
ଆଖି ତୋ ନୀଳ ସାଗର,
କଥା ତୋ କୋଇଲି ସୁର l
ହସି ଦେ ଓଠକୁ ଖୋଲି,
ଚୂଲୁବୁଲି...,................l(2)
ହସରୁ ଝରେ ମୁକୁତା,
ତୋ କଥା ଲାଗେ କବିତା l
ହେବୁ କି ତୁ ମୋ ଘରବାଲି
ଚୂଲୁବୁଲି...........................|(3)

