STORYMIRROR

Balaram Barik

Classics

4  

Balaram Barik

Classics

ଚୁଡା

ଚୁଡା

1 min
96


ସେ ଓଡ଼ିଆ ହେଉକି ବିହାରୀ ଅବା ବଙ୍ଗାଳି।

ଚୁଡା ସଭିଙ୍କ ପାଇଁ ଅଟେ ପ୍ରିୟ ଖାଦ୍ୟ ଥାଳି।


ଖଟିଖିଆ କଂସାରେ କଞ୍ଚାଲଙ୍କା ସହ ହୁଏ ଦଳି।

ମଧ୍ୟମ ବର୍ଗ ଖାଏ ତାକୁ ଚକଟି କ୍ଷୀର କଦଳୀ।


ବଡ଼ବଡ଼ିଆଙ୍କର ମଧ୍ୟ ଅତି ପ୍ରିୟ ଅଟେ ପୋହା।

ନାନା ଦରବ ପକାଇ ସେଥିରେ ସ୍ୱାଦ କରନ୍ତି ନୂଆ।


ଚୁଡା ଭିନ୍ନ ଏକ ରୂପ ଅଟେ ପରା ଚାଉଳର ।

କୁଆଡେ ଗଲାସେ ସୁଆଦ ଢ଼ିଙ୍କି କୁଟା ଚୁଡାର ।


ଚୁଡା ଅଟଇ ଏକ ଦେବଯୋଗ୍ୟ ଖାଦ୍ୟପଦାର୍ଥ।

ପୂଜା ଭୋଗରେ ଆଗଧାଡିରେ ହୁଏ ଉପସ୍ଥିତ।


ଚୁଡାଘସା କଥା ମନେ ପଡିଲେ ପାଟିରୁ ଲାଳ ବୁହେ।

ଭଜା ଚୁଡାର ହୁଡୁମ ହଷ୍ଟେଲକୁ ବୋଉ ପଠାଏ।


ନୂଆବୋହୁ ବାପଘରୁ ଆସିଲେ ଦୂତିଆ ଭାର ।

ଖୋଜାହୁଏ କେତେ ଗଉଣୀ ଦେଇଛନ୍ତି ତାଙ୍କର ।


ଚୁଡାର ଅନେକ ରୂପ ଅନେକ ରଙ୍ଗ ଆମ ଦେଶରେ।

ଚୁଡ଼ାରୁ ତିଆରି ଖାଦ୍ୟ ଅଲଗା ଅଲଗା ସବୁ ରାଜ୍ୟରେ।


ଆଜିକାଲି ଚୁଡାକୁ ମିଳିଲାଣି ଅନେକ ସ୍ନେହ ଆଦର।

ନାନା ଢ଼ଂଗେ ପ୍ୟାକ୍ ହୋଇ ଗଢ଼ିଛି ନିଜର ବଜାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics