STORYMIRROR

Nihar Ranjan Acharya

Inspirational

4  

Nihar Ranjan Acharya

Inspirational

ଚରଣାନୁଗତ

ଚରଣାନୁଗତ

1 min
577

ଆସିଥିଲି ଯେବେ ମାଆ କୋଳକୁ ମୁଁ 

ବାପା ହେଲେ କେତେ ଖୁସି, 

କୋଳରେ ଖେଳାଇ ଦୋଳିରେ ଝୁଲାଇ 

ବଢ଼ାଇଲେ ସତେ ଶଶୀ ।


ଷୋଳଟି ଫଗୁଣ ଡେଇଁଯିବା ପରେ 

ଯେବେ ଯୌବନ ପଶିଲା, 

ଦେଖି ଦୁନିଆର ରୀତିନୀତି ସବୁ 

ମନେ ବୈରାଗ୍ୟ ଆସିଲା ।


ସଂସାର ସୁଖକୁ ଭୁଲି ଗଲି ମୁହିଁ 

ଗେରୁଆ ଆଦରି ନେଲି

ଭୌତିକ ବାସନା ପଛେ ଛାଡ଼ି ଦେଇ  

କାଳିଆକୁ ଆଶ୍ରା କଲି ।


ଜନମ ମୋହର ସାର୍ଥକ ଲଭିବ 

ପାଇଲେ ଚରଣ ସ୍ପର୍ଶ, 

ସେହି ପଦେ ରହି ଦେଖୁଥିବି ମୁହିଁ 

କଳାମୁଖ ସ୍ମିତ ହାସ୍ୟ।


ଲୋଡ଼ା ନାହିଁ ମୋର ସଂସାର ବନ୍ଧନ 

କୋଳରେ କୋଳେଇ ନିଅ, 

ସେଇ ପ୍ରେମ ପାଇ ମୁକତି ଲଭିବି 

ଶ୍ରୀଚରଣେ ସ୍ଥାନ ଦିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational