STORYMIRROR

Bijayalaxmi Acharya

Romance

2  

Bijayalaxmi Acharya

Romance

ଚୋରା ଚାହାଣି

ଚୋରା ଚାହାଣି

1 min
13.6K


ଅତି ଅସମ୍ଭବ ଭାବେ ଧରା ପଡ଼ିଗଲି ସେ ଦିନ

ତୁମର ସେ ରୋମାଂଚିତ ମାଦକିତ

ଆକର୍ଷିତ ଚାହାଣୀରେ,

ଯେତେବେଳେ ମୁଁ ଫିକ୍କିନି ହସିଦେଲି

ତୁମରି କଥାରେ,

ଫୁଲଠାରୁ ଆହୁରି ଫୁଲେଇ

ଜହ୍ନ ଠାରୁ ଆହୁରି ଗେଲହେଇ

ମୌନବତୀ ମୋ ମନଟାକୁ

ନେଲ ତୁମେ ମୋ ଠାରୁ ଚୋରେଇ।।

ସବୁ ଜାଣି ନଜାଣିବାକୁ ମନ ହୁଏ ଆଜି

ରହିଥାଉ ମନଟା ସେଠାରେ ବନ୍ଦୀ ହୋଇ।

ଭଲଲାଗେ ଫିକା ଫିକା ପ୍ରେମରେ ବନ୍ଦୀ ହୋଇ

ଭିଜାଭିଜା ଚାନ୍ଦିନୀ ରାତିରେ,ଆକସ୍ମିକେ ଧରାପଡିବାକୁ

ପ୍ରିୟା ର ସେ ଦୁଷ୍ଟାମି ଆଖିରେ!!

(ଵିଜୟଲଷ୍ମୀ ଆଚାର୍ଯ୍ୟ,,(ବିଜୁ)ଫୋନ.7873041750

(ଜଗତସିଂହପୁର ଲେଖିକା ସଂସଦର ସଭାପତି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance