STORYMIRROR

Satyabati Swain

Action

3  

Satyabati Swain

Action

ଚୋର

ଚୋର

1 min
126

ଏ ଏ

ଉଁ ଉଁ

କଣ କହୁଚୁ !

ଚାଲେ ଯିବା

ଟିକେ ନିରୋଳାରେ

କୋଳା କୋଳି ହେବା

କିଛି ଖୁସି ବାଣ୍ଟିବା।


ମୁଁ ଯିବିନି

ତୁ ଯା

ତୋ ଠାରୁ ମୋ ରାସ୍ତା ବା ଅଲଗା।


କିନ୍ତୁ କଥା ଥିଲା

ଜୀବନର ପ୍ରତିଟି ମୋଡ଼ରେ

ତୁ ମୋ ସହ ରହିବୁ ।


ତୁ କଣ ଜାଣି ନାହୁଁ

ତୋ ସହ ଭେଟ ହୁଏ

ମୋର ପ୍ରତିମୁହୂର୍ତ୍ତରେ

ସତେ !

ସତ

ତୋ ବିନା 

ସବୁ କିଛି ଖାଁ ଖାଁ

ନୀରବ ନୀରବ।


ହେ କହିଲୁ କଣ କିଛି

ବଦଳେ ଏଠି

ନାଇଁ ତ

କିଛି ବଦଳେନି

ତୁ କଣ କିଛି ବଦଳିବାକୁ ଦେଉ ।


କିଛି ତ ବଦଳିନି ଏଯାଏଁ

ତୋତେ ଦେଇଥିବା ଦୁଃଖ

ନା 

ତୋତେ କରିଥିବା ପ୍ରେମ

ତଥାପି ତୁ କହି ପାରିବୁ 

କେହି ବଞ୍ଚି ପାରେ ମୋ ବିନା ।


ବଦମାସ୍ !

ନିଶବ୍ଦେ ଆସୁ

ଚୁପ୍ ଚାପ୍

ଛାତି ତଳ ଦରଜାରେ ଆଘାତ କରୁ

ଚୁପ୍ ଚାପ୍

କଡ଼ ଲେଉଟାଉଥିବା ସ୍ୱପ୍ନ

ଅଧା ଥାଏ

ତୁ କିନ୍ତୁ ବାନ୍ଧି ନେଉ

ବନ୍ଦ କବାଟ ଝରକା ଥାଇ ବି।


ଆଚ୍ଛା କହିଲୁ ମୁଁ ତୋତେ 

କେତେ ଭଲ ପାଏ?

ହଁ ତ ତୁ ମୋତେ ଖୁବ୍ ଭଲ ପାଉ।


ସେଇଥିପାଇଁ ତ 

ତୋ ଭିତରେ ହଜିବାରେ

ମୋର ଏତେ ଆନନ୍ଦ

ତୋତେ ପାଇଲେ

ନିର୍ବିଘ୍ନରେ ଏଡେଇ ଯାଏ

ସବୁ ଅପ୍ରାପ୍ତି।


ତୁ କିନ୍ତୁ ଭାରି ବେଦରଦୀ 

କିଛି ତ ହେଲେ ଘଟି ଥାନ୍ତା

କମ୍ପନଟେ ଦେଇ ଛାତି ତଳେ

ଏମିତି ହଠାତ୍ 

ବନ୍ଦ କରିଦେଉ ।


ଜାଣିଲୁ ଏବେ ମୋର

ଆଉ ଡର ନାହିଁ

ନା ଅନ୍ଧାରକୁ

ନା ତୋତେ

ମୁଁ ଜାଣି ସାରିଛି

ତୁ ପ୍ରେମ ଫ୍ରେମ କାହାକୁ କରୁନା

ଗୋଟେ ପବନ " ଚୋର" ତୁ

ସେଇଥିପାଇଁ ବା

ଛଅ ଖଣ୍ଡ ବାଉଁଶ ନିଜ ପାଇଁ

ସଜାଡି କରି ରଖିଛି।


రచనకు రేటింగ్ ఇవ్వండి
లాగిన్

Similar oriya poem from Action