ଚୋପା
ଚୋପା
ମୋ ପାଇଁ ସୁନ୍ଦର ବୀଜଧାର ରୂପ
ସୁରକ୍ଷା କବଚ ତାର
ଜାତି ଜାତି ରଙ୍ଗ ହୋଇ ଥାଏ ମୋର
ବିଶ୍ଵ ନିୟନ୍ତାଙ୍କ ବର ।
ବିଶ୍ଵେ ଯେତେ ଦେହୀ ମୁହିଁ ତାଙ୍କ ପାଇଁ
କରି ଅଛି ସେଠି ଘର
ମୋ ପାଇଁ ସୁନ୍ଦର ଏ ମାଟି ଶରୀର
ଯତ୍ନ ମୋର ନିତ୍ୟ କର ।
ମୁଁ ହୁଏ ଅଲୋଡ଼ା ସ୍ବାର୍ଥ ହେଲେ ଛିଡ଼ା
ତେଜି ମୋତେ ବହୁ ଦୂର
ପରିତ୍ୟକ୍ତା ହୋଇ ଘୁରି ବୁଲେ ମୁହିଁ
ଆବର୍ଜନା ମୁଁ ତୁମର ।
କାଳର ସ୍ରୋତରେ ସର୍ବେ ଯିବା ଭାସି
କେହି ନୁହେଁ ଏଠି କାର
ଯେତେ ଆପଣାର ଭାବୁଛ ଯାହାକୁ
ହୋଇ ଯିବା ଏକାକାର ।
