STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ଚୋପା

ଚୋପା

1 min
108


ମୋ ପାଇଁ ସୁନ୍ଦର ବୀଜଧାର ରୂପ

ସୁରକ୍ଷା କବଚ ତାର

ଜାତି ଜାତି ରଙ୍ଗ ହୋଇ ଥାଏ ମୋର

ବିଶ୍ଵ ନିୟନ୍ତାଙ୍କ ବର ।


ବିଶ୍ଵେ ଯେତେ ଦେହୀ ମୁହିଁ ତାଙ୍କ ପାଇଁ

କରି ଅଛି ସେଠି ଘର

ମୋ ପାଇଁ ସୁନ୍ଦର ଏ ମାଟି ଶରୀର

ଯତ୍ନ ମୋର ନିତ୍ୟ କର ।


ମୁଁ ହୁଏ ଅଲୋଡ଼ା ସ୍ବାର୍ଥ ହେଲେ ଛିଡ଼ା

ତେଜି ମୋତେ ବହୁ ଦୂର

ପରିତ୍ୟକ୍ତା ହୋଇ ଘୁରି ବୁଲେ ମୁହିଁ

ଆବର୍ଜନା ମୁଁ ତୁମର ।


କାଳର ସ୍ରୋତରେ ସର୍ବେ ଯିବା ଭାସି

କେହି ନୁହେଁ ଏଠି କାର

ଯେତେ ଆପଣାର ଭାବୁଛ ଯାହାକୁ

ହୋଇ ଯିବା ଏକାକାର ।


    


Rate this content
Log in

Similar oriya poem from Classics