ଚନ୍ଦ୍ରଶେଖର ବେହେରା ସ୍ମରଣେ
ଚନ୍ଦ୍ରଶେଖର ବେହେରା ସ୍ମରଣେ
ପାଇବା ଘଟଣା ଯାହା ଘଟିଯାଇଥିଲା
୧୯୦୦ ମସିହାରେ
ଭାଷା ଆନ୍ଦୋଳନ ତେଜି ଉଠିଲା
ସମ୍ବଲପୁର ଜିଲ୍ଲାରେ ।
ଚିଫ୍ କମିଶନର ଫ୍ରେଜର ସାହେବ
ଆସିଲେ ସମ୍ବଲପୁରକୁ
ଓଡିଆ ଭାଷା ଆନ୍ଦୋଳନ ବାବଦରେ
ଆଲୋଚନା କରିବାକୁ ।
୧୯୦୧ ମସିହା ସେପ୍ଟେମ୍ବର ମାସ
ଛବିଶ ତାରିଖରେ
ଚନ୍ଦ୍ରଶେଖର ବେହେରା ପୁରୋଧା ଥିଲେ
ସାକ୍ଷ୍ୟ ଦେବାରେ ।
ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ
ଫ୍ରେଜର ସାହେବ
ରିପୋର୍ଟ ଦେଲେ ସମ୍ବଲପୁରକୁ
ଓଡ଼ିଶାରେ ମିଶାଇବାକୁ ହେବ ।
ଆନ୍ଦୋଳନ ଫଳରେ ୧୯୦୫ ରେ
ସମ୍ବଲପୁର ଓଡ଼ିଶାରେ ମିଶିଗଲା
ଚନ୍ଦ୍ରଶେଖର ବେହେରାଙ୍କ ଅକ୍ଲାନ୍ତ
ଚେଷ୍ଟା ଓ ଶ୍ରମ ସାର୍ଥକ ହେଲା ।
୧୯୧୯ ମସିହା ଡିସେମ୍ବର ମାସ ଛବିଶ
ତାରିଖ ଦିନ ଉତ୍କଳ ସମ୍ମିଳନୀର
ସବୁ ଓଡ଼ିଆ ବରଣ କରି ଚନ୍ଦ୍ରଶେଖର
ବେହେରାଙ୍କୁ ସଭାପତି ଆସନରେ ।
ସମ୍ବଲପୁର ଜିଲ୍ଲା ସ୍କୁଲ, ନାମିତ ହୋଇଛି
ସେହି ମହାନ୍ ପ୍ରତିଭାଙ୍କ ନାମରେ
ସେହି ମହାନ୍ ପ୍ରତିଭାଙ୍କର ଜନ୍ମ ହୋଇଥିଲା
୧୮୭୩ ମସିହା ମଇ ମାସ ୨୦ ତାରିଖରେ ।
ଥିଲେ ସେ ଭାରତୀୟ ଜାତୀୟ ଆନ୍ଦୋଳନର
ନେତା ସମ୍ବଲପୁରରେ
ସେ ଥିଲେ ଅନନ୍ୟ, ଉଦବୁଦ୍ଧ ହୋଇଥିଲେ
ସର୍ବଭାରତୀୟ ଭାବନାରେ ।
