STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

ଚନ୍ଦ୍ରମା

ଚନ୍ଦ୍ରମା

1 min
402


ଶାନ୍ତ ଓ ସରଳ

ମନ ସୁଶୀତଳ

ନାହିଁ ମନରେ ଗାରିମା,

କୋମଳ ହୃଦୟ

ନିରିମଳ ଜ୍ୟୋତ୍ସ୍ନା

ନାଆଁଟି ତା'ର ଚନ୍ଦ୍ରମା ।

ମୁଚୁକୁନ୍ଦ ହସ

କଇଁର ଆତ୍ମୀୟ

ସଚରାଚର ଜଗତ,

ହୃଦୟେ ସ୍ପନ୍ଦନ

ପୁଲକିତ ମନ

ହୁଏ ଯେବେ ଉଦ୍ଭାସିତ ।

ସୂର୍ଯ୍ୟଠୁଁ ଆଲୋକ

ପ୍ରାପ୍ୟ ସିନା ତାର

ରଖେ ନାହିଁ ନିଜପାଇଁ,

ଭରି କୋମଳତା

ଜଗତ ହିତରେ

ସଦା ଦିଏ ସେ ବିଛାଇ ।

ଗର୍ବ-ଅହଙ୍କାର

ସ୍ୱାର୍ଥ-ରାଗ-ରୋଷ

ଅବା ଅନ୍ୟାୟ-ଦୁର୍ନୀତି,

ନାହିଁ ତିଳେମାତ୍ର

ନିଷ୍ଠାପର ଭାବେ

କରୁଥାଏ ଅଗ୍ରଗତି ।

କୃଷ୍ଣ ପକ୍ଷ ଶୁକ୍ଳ

ପକ୍ଷ ଖେଳ ହୁଏ

ଜୀବନ ନିତ୍ୟ ପ୍ରକ୍ରିୟା,

ତା ମୁଖ ମଣ୍ଡଳେ

ଆକର୍ଷଣ ଥାଏ

ଅନ୍ତରରେ ମୋହ ମାୟା ।

କବି ଓ ଲେଖକ

ରଚିଯା'ନ୍ତି ସୃଷ୍ଟି

ଧନ୍ୟ ତୋହର ମହିମା,

ନାହିଁ ତା ଉପମା

ହେ ବିଶ୍ୱ ନିୟନ୍ତା

ସୃଷ୍ଟି କରିଛ ଚନ୍ଦ୍ରମା ।

   


Rate this content
Log in

Similar oriya poem from Inspirational