STORYMIRROR

Debadatta Jena

Romance Inspirational

3  

Debadatta Jena

Romance Inspirational

ଚନ୍ଦ୍ରମା ତୁମେ..

ଚନ୍ଦ୍ରମା ତୁମେ..

1 min
236

ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମେ ଷୋଳ କଳା, ପୁଣି ଅମା କଳା, 


ତୁମେ କଳାରେ କଳାର ମହା କଳା, 


ତୁମେ ପୂର୍ଣ୍ଣ କଳାତ୍ମକ ପୂଣ୍ୟ କଳା, 


ତୁମେ ସର୍ବ କଳାତ୍ମନ ସର୍ବ କଳା, 


ତୁମେ କଳା ଶ୍ରେଷ୍ଠ ପୁଣି ପୂର୍ଣ୍ଣାମୃତା, 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମେ ସ୍ୱୟଂପୂର୍ଣ୍ଣ,ପୁଣି ସ୍ୱୟଂପୂର୍ଣ୍ଣା, 


ଚନ୍ଦ୍ରମା.. !


ତୁମେ ଅମୃତା, ହୋଇ ଅଗ୍ନିସ୍ନାତା, 


ତୁମେ ମାନଦା,ଯେ ସୂର୍ଯ୍ୟସ୍ନିଗ୍ଧା, 


ପୁଷା କଳା, ବିଶ୍ୱ ଦେବ ବନ୍ଦିତା, 


ପୁଷ୍ଟି ନାମେ ଖ୍ୟାତ ବରୁଣ ସ୍ନାନା, 


ତୁମେ ତୁଷ୍ଟି ନାମେ ତୁଷ୍ଟ ସ୍ୱତୃଷ୍ଣା,, 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମେ ରତି ପ୍ରିୟ ଇନ୍ଦ୍ରାର୍ଚ୍ଚିତା, 


ଚନ୍ଦ୍ରମା..! 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମେ କଳା ନୈପୁଣ୍ୟ କଳାତ୍ମିକା..!


ତୁମେ ଦେବର୍ଷି ଗଣ ପ୍ରିୟ ଧୃତିରୂପା, 


ଶଶନୀ ନାମେ ପୁଣି ଅଜ ସ୍ମୃତା, 


ଯମ ଦେବ ପ୍ରଲୁବ୍ଧl ତୁମେ ଚନ୍ଦ୍ରମା, 


ବାୟୁ ଦେବତାଙ୍କ କାନ୍ତି ତୁମେ, 


ଜ୍ୟୋସ୍ନା ପ୍ରିୟ ନାମ୍ନୀ ଦେବୀ ଉମା, 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ପିତୃଗଣଙ୍କ କଳାର୍ଣ୍ଣବ ତୁମେ ଶ୍ରୀ କଳା, 


ଚନ୍ଦ୍ରମା..! ଆଗୋ ଚନ୍ଦ୍ରମା, 


ତୁମ ପଟାନ୍ତରେ ନାହିଁ କଳା ଉପମା,


ଚନ୍ଦ୍ରମା..!


କୁବେର ପୂଜିତ ତୁମେ ପ୍ରୀତିକଳା , 


ପଶୁପତି ପ୍ରିୟ କଳା ତୁମେ ଅଙ୍ଗଦା, 


ପୂର୍ଣ୍ଣ କଳା ପାନେ ତୁଷ୍ଟ ପ୍ରଜାପତି, 


ପୂର୍ଣ୍ଣ ଅମୃତ ଧାରା ତୁମେ ଜଳୌଷଧି 


ସେହି ଶ୍ରେଷ୍ଠ କଳା ଯେ ଷୋଳ କଳା, 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମ ଅମୃତ ପ୍ରାପ୍ତି ନାହିଁ କ୍ଷୟ ସିନା.. 


ଚନ୍ଦ୍ରମା..! 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା, 


ତୁମେ କଳାରେ କଳାରେ କ୍ଷୟଲବ୍ଧl, 


ତୁମେ କଳାରେ କଳାରେ ପୂର୍ଣ୍ଣ ସୁଧା, 


ତୁମେ ସଂପୂର୍ଣ୍ଣ ସ୍ୱୟଂପୂର୍ଣ୍ଣ ସୂର୍ଯ୍ୟ ସମା 


ତୁମେ ଚନ୍ଦ୍ର କଳା ସ୍ୱୟଂ ଚନ୍ଦ୍ରସ୍ନାତା, 


ସେହି କଳା ପାନେ ପୃଥ୍ଵୀ ଆତ୍ମହରା, 


ସେହି କଳା ଦାନେ ତୁମେ ଶଶାଗରା 


ଶୁକ୍ଳ ପକ୍ଷ ଠାରୁ କ୍ଷୟଜାତେ ପୁଣି 


କୃଷ୍ଣ ପକ୍ଷେ ଶେଷେ,ପୂର୍ଣ୍ଣ ପୂର୍ଣ୍ଣିମା, 


ଚନ୍ଦ୍ରମା, ଆଗୋ ଚନ୍ଦ୍ରମା..!!


ତୁମେ ଅବାରିତ ଅମା ଧାରା ସର୍ଜନା 


ତୁମେ ଅଜସ୍ର ଓଜସ୍ୱିନୀ ଅମା କଳା, 


ଚନ୍ଦ୍ରମା..!!!


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance