STORYMIRROR

Jyotirmayee Panda

Inspirational Others

3  

Jyotirmayee Panda

Inspirational Others

ଚମତ୍କାର

ଚମତ୍କାର

1 min
180

ପବନର ବେଗରେ ଦୀପ ଲଗେଇବା ଠୁ

ଦୀପକୁ ଜଳେଇକି ରଖିବାଟା ଚମତ୍କାର ହେଇଥାଏ .......(୦)

କାହାକୁ ଆମର ଅତି ପ୍ରିୟ ଜିନିଷକୁ ପ୍ରଦାନ କରି

ତା ଆଖିରୁ ଲୁହ ନେଇ ଓଠରେ ହସ ପୁଟେଇବାଟା

ଏବଂ ତା ସହିତ ସେଇ ହସରୁ କିଛି

ଆମ ମୁହଁରେ ଦର୍ଶେଇବାଟା ଚମତ୍କାର ହେଇଥାଏ ........(୧)

ମନ ନିଜର, ପସନ୍ଦ ନିଜର , ଚିନ୍ତାଧାରା ନିଜର

ତେବେ ଚମତ୍କାର କୋଉଠି

କିନ୍ତୁ ଏ ସବୁ ନ ପାଇକି ବି

ଆଗକୁ ବଢିବାଟା ଚମତ୍କାର ହେଇଥାଏ......................(୨)

କାହାପାଇଁ ଭଗବାନଙ୍କୁ ପ୍ରାର୍ଥନା କରି

ତା ରାସ୍ତା ରୁ କଣ୍ଟା କୁ କାଢି , ପଥର କୁ ହଟେଇ

ସେହି ମଣିଷ ଆଗରେ ନିଜେ ନତମସ୍ତକ

ହେଇକି ରହିବଟା ଚମତ୍କାର ହେଇଥାଏ......................(୩)

ଯାହାକୁ ଦେଖିଲେ ତା ଦୁଃଖର ଭାର କମାଇବା ସହିତ

ନିଜର ଦୁଃଖକୁ ପରିପ୍ରକାଶ ନ କରିବା ପରି

ଓଠରେ ସେମିତି ହସ ସଜେଇକି ରଖିବାଟା

ସତରେ ଚମତ୍କାର ହିଁ ହେଇଥାଏ ..............................(୪)

ହଜାରେ ଶକ୍ତି ସାମର୍ଥ୍ୟ ଥାଇକି ବି

ବିଦ୍ରୋହ ନ କରି ସରଳତାର ସହିତ

ପ୍ରାର୍ଥନା ର ପୁଷ୍ପରେ ଚତୁର୍ଦ୍ଦିଗ କୁ

ମହକେଇବାଟା ହିଁ ଚମତ୍କାର ହେଇଥାଏ .....................(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational