Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି

ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି

1 min
342



ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି

କଥା ତୋର ମିଠା ନାହିଁ ଖଟାର ହାଉଳି 

...........ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି ! ୦ !


ହସ ଆଜି ବିଷ ବୋଲି ଇସାରା ଦେଉଛୁ

ପାଖ ଯାହା ଦୂର ବାଟ ଦେଖାଇ ହେଉଛୁ

ଫୁଲ ନୁହେଁ ଅଙ୍ଗାରକୁ ବଢ଼ାଉ ଆଞ୍ଜୁଳି

...........ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି ! ୧ !


ଦୋଷ ନାହିଁ ଦୋଷୀ ମତେ ରଖିଚୁ ସଜେଇ

କେଉଁ ଜନ୍ମ ରାଗ ଥିଲା ଦେଇଚୁ ଶୁଝେଇ

ଭାବିଦେଲେ ଆଖି ଲୁହେ ହେଉଚି ଅଣ୍ଡାଳି

...........ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି ! ୨ !


ପଛ କଥା ଟିକେ ହେଲେ ମନକୁ ପକାଇ

ମତେ କ'ଣ ପାଖେ ନେବୁ ଆଦରେ ଡକାଇ

ରାଣ ପକା ଆଶା ମୋର ହେଉଚି ପହେଳି

...........ଚମ୍ପାକଳି ଆଜି ତୁ ଲୋ ଗଲୁଣି ବଦଳି ! ୩ !



Rate this content
Log in

Similar oriya poem from Tragedy