STORYMIRROR

Niranjan Sahu

Fantasy

3  

Niranjan Sahu

Fantasy

ଚମ୍ପା ଫୁଲଟିଏ

ଚମ୍ପା ଫୁଲଟିଏ

1 min
732

ଚମ୍ପା ଫୁଲ ଟିଏ ସବୁରି ଆଦର     

ମହକ ରେ ବାସୁଥାଏ

ମହାଦେବଙ୍କର ବହୁତ ଆଦର

ଚମ୍ପା ଫୁଲେ ମନ ଥାଏ


ବାସ ଚହଟାଇ ପୁଲକିତ କରେ

ଯେବେ ସେ ଧରାକୁ ଆସେ

ବାସରେ ତାହାର ମନମୋହି ନିଏ

ସଭିଙ୍କ ହୃଦୟେ ବସେ


ମନଟାଣି ନିଏ ତନ ଟାଣିନିଏ

ଟାଣିନିଏ ମହକରେ

ହଳଦୀ ମୁଖିଆ ଝିଅଟିଏ ପରି

ରହିଯାଏ ହୃଦୟରେ,


ବାସର ରାତିର ସାକ୍ଷୀ ହୋଇଥାଏ

ବାସର ରାତିରେ ବାସେ

ମହ ମହ ତାର ମହକ ସ୍ପର୍ଶରେ

ବାସର ରାତିଟି ହସେ...


Rate this content
Log in

Similar oriya poem from Fantasy